ସ୍ବାଭିମାନ ଅଞ୍ଚଳରେ ମାଓ ଡମ୍ପ୍ ଠାବ

add-all

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ପୁଣି ଠାବ ହେଲା ମାଓ ଡମ୍ପ୍‌ । ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଏକ ବଡ ଡମ୍ପ୍ ଠାବ ହୋଇଛି ।

ସଂପୃକ୍ତ ଅଞ୍ଚଳରେ ମାଓ ଡମ୍ପ୍ ଠାବ ହେବା ପରେ ସେଠାରେ କମ୍ବିଂ ଅପରେସନକୁ ଦୋରଦାର କରାଯାଇଛି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ ତାହାର ତନାଘନା କରୁଛି ପୋଲିସ । ତେବେ ଏହି ମାଓ ଡମ୍ପରୁ ୩୨ଟି ଜିଲୋଟିନ ଷ୍ଟିକ୍, ୧୧ଟି ଡିଟୋନେଟର, ୫ ଶହ ଗ୍ରାମ ଗନ୍ ପାଉଡର, ୩ ମିଟର କୋଡେକ୍ସ ତାର, ସୋଲାର ପ୍ୟାନେଲ, ବ୍ୟାଟେରି ରେଡିଓ ଓ ବିଦ୍ୟୁତ ତାର ମିଳିଛି ।

ad-week
Leave A Reply

Your email address will not be published.