
ନୂଆଦିଲ୍ଲୀ: ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍ ସେବା ଉପଲବ୍ଧ ରହିଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ଅବସରରେ ୧୫ରୁ ୨୮ ଜୁଲାଇ ପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି।
ରାଜ୍ୟସଭା ସାଂସଦ ଶୁଭାଶୀଷ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯାତ୍ରୀଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ କରୁଛି। ଏହି ସମୟରେ ନୂଆ ସେବା ଆରମ୍ଭ କରାଯିବା ସହ ବିଦ୍ୟମାନ ଟ୍ରେନ୍ ସେବାର ସମ୍ପ୍ରସାରଣ ମଧ୍ୟ କରାଯାଇଥାଏ। ସେବାଗୁଡ଼ିକର ବାରମ୍ବାରତା ମଧ୍ୟ ବୃଦ୍ଧି କରାଯାଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ଏହା ବ୍ୟତୀତ, ବିଦ୍ୟମାନ ଟ୍ରେନ୍ ସେବାର କୋଚ୍ ବୃଦ୍ଧି ମଧ୍ୟ କରାଯାଇଥାଏ। ଏହିକ୍ରମରେ ପୁରୀରେ ରେଳସେବା ଲାଗି ଯେଉଁ ନିୟମିତ ଟ୍ରେନ ସୁବିଧା ଯୋଗାଇ ଦିଆଯାଉଛି ତାହାର ଏକ ବିବରଣୀ ମଧ୍ୟ ମନ୍ତ୍ରୀ ବୈଷ୍ଣବ ରାଜ୍ୟସଭାରେ ପ୍ରଦାନ କରିଛନ୍ତି। ଏହି ତାଲିକା ନିମ୍ନରେ ପ୍ରଦାନ କରାଗଲା:
