ଲଘୁଚାପ ପ୍ରଭାବରେ ୩୧ ଯାଏ ଭୀଷଣ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ

add-all

ଭୁବନେଶ୍ୱର : ଲଘୁଚାପ ପ୍ରଭାବବେର ଭୀଷଣ ବର୍ଷିବ ।  ଜିଳ୍ଲାଗୁଡ଼ିକ ପାଇଁ ଜାରି ହେଲା ରେଡ ଆଲର୍ଟ  । ଉତ୍ତର- ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନ ଭିତରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ୩୧ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି।

ଭୀଷଣ ବର୍ଷା ପାଇଁ କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକକୁ ରେଡ ଆଲର୍ଟ ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୯ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ପ୍ରବଳ ବର୍ଷା ପାଇଁ ମଧ୍ୟ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଆସନ୍ତା କାଲି ଭୀଷଣ ବର୍ଷା ପାଇଁ କେନ୍ଦୁଝରକୁ ରେଡ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ad-week
Leave A Reply

Your email address will not be published.