
ବାଲେଶ୍ଵର : ଭାରତର ପ୍ରମୁଖ ଉଚ୍ଚଶିକ୍ଷା ସଂସ୍ଥାନ ଏବଂ ସେଗୁଡ଼ିକରେ ନାମଲେଖା ପାଇଁ ହେଉଥିବା ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଓ ଯୁକ୍ତ ଦୁଇ ପରେ ଇଞ୍ଜିନିୟରିଂ, ମେଡିକାଲ, କିମ୍ବା ବୈଜ୍ଞାନିକ ଗବେଷଣା କ୍ଷେତ୍ରକୁ ଯିବା ପାଇଁ ପ୍ରମୁଖ ପ୍ରବେଶିକା ପରୀକ୍ଷା ମାନଙ୍କରେ ବାଲେଶ୍ଵର ସୁନା ଝିଆ ଆଦ୍ୟାଶା ପାଣିଗ୍ରାହୀ ନିଜର କୃତିତ୍ୱ ଦେଖାଇଛନ୍ତି । ୫ପାଞ୍ଚ ଟି ପ୍ରବେଶିକା ପରୀକ୍ଷାରେ ନିଜର ଉତ୍କର୍ଷ ପ୍ରତିପାଦିତ କରିଛନ୍ତି । ଜଣେ ସଫଳ ଏ ଆଇ(AI) ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଥିବା ଆଦ୍ୟାଶା ଚଳିତ ବର୍ଷ ସେ ଏକାଥରକେ ଆଇ ଆଇ ଟି ,ଏନ ଆଇ ଟି ,ନିଟ୍,ଆଇ ଏ ଟି ଏବଂ ନେଷ୍ଟ୍ ରେ ଭଲ ରାଙ୍କ ରଖି ନିଜ ପରିବାର ଶହ ଜଣେ ମେଧାବୀ ଛାତ୍ରୀ ଭାବରେ ନିଜକୁ ପରିଗଣିତ କରିଛନ୍ତି ।
