ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ ପ୍ରହ୍ଲାଦ ଯୋଶୀ

add-all

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଦାନ କରିଛନ୍ତି। ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି।

ଏବେ ସେହି ଦାୟିତ୍ୱ ସହ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।ଏହାସହ ରାଷ୍ଟ୍ରପତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି। ଏହା ପରେ ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା ପାଇଁ ପ୍ରହ୍ଲାଦ ଯୋଶୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରାଳୟର ନେତୃତ୍ୱକୁ ନେଇ ଚର୍ଚ୍ଚା ଜାରି ଥିବାବେଳେ, ସରକାରଙ୍କ ଏହି ନିଷ୍ପତ୍ତିକୁ ଅନ୍ତରୀଣ ବ୍ୟବସ୍ଥା ଭାବେ ଦେଖାଯାଉଛି। ନୂତନ ସ୍ଥାୟୀ ଶିକ୍ଷାମନ୍ତ୍ରୀ ନିଯୁକ୍ତି ପର୍ଯ୍ୟନ୍ତ ପ୍ରହ୍ଲାଦ ଯୋଶୀ ଏହି ଦାୟିତ୍ୱ ତୁଲାଇବେ।

ad-week
Leave A Reply

Your email address will not be published.