
ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଦେଇଛି । ଫୁଲୁଛି କପାଳୀ, ବୁଡିଲା ଗ୍ରାମ୍ୟ ରାସ୍ତା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି କପାଳୀ ନଦୀ । ପ୍ରଭାବରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୭ଟି ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଙ୍କା । ବିଶେଷ କରି ରାମଚନ୍ଦ୍ରପୁର ପଞ୍ଚାୟତର ଗ୍ରାମ୍ୟ ରାସ୍ତା ବୁଡିଯାଇଛି ।
ପାନପଦୀ ରାମଚନ୍ଦ୍ରପୁର ମୁଖ୍ୟ ରାସ୍ତାରେ ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସେପଟେ ପୋଡ଼ାପାଟଣା ନଦୀ ଉପରେ ଥିବା କପାଳୀ ପୋଲଟି ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ବେଳେ ଏହାର କିଛି ଅଂଶ ଭାଙ୍ଗିଯାଇଛି ।
ଅନ୍ୟପଟେ, ପୋଡ଼ାପାଟଣା ନଦୀ ଉପରେ ଥିବା କପାଳୀ ପୋଲର ଅବସ୍ଥା ମଧ୍ୟ ଚିନ୍ତାଜନକ ରହିଛି । ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ପୋଲର କିଛି ଅଂଶ ଭାଙ୍ଗିଯାଇଛି । ଏହା ଯୋଗୁଁ ଯାତାୟାତ ସୁରକ୍ଷାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ବର୍ଷା ଓ ନଦୀର ଜଳସ୍ତର ଉପରେ ପ୍ରଶାସନ ନଜର ରଖିଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
