ମହାନଦୀରେ ଟଳୁଛି ବଡ଼ ବନ୍ୟା ଆଶଙ୍କା

add-all

ଭୁବନେଶ୍ୱର : ମହାନଦୀରେ ଆଉ ବଢ଼ିବନି ପାଣି ।  ଟଳୁଛି ବଡ଼ ବନ୍ୟା ଆଶଙ୍କା ।  ତେବେ ତଳମୁଣ୍ଡରେ ଜଳବନ୍ଦି ସ୍ଥିତି ଦେଖାଯିବ । ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା, ଦୁଇ ଦିନ ତଳେ ଥିଲା ସର୍ବାଧିକ ବନ୍ୟା ।  ଆଉ ପାଣି ବଢ଼ିବାର ଆଶଂକା ନାହିଁ । ହୀରାକୁଦରେ ଏବେ ୬୨୫ ଫୁଟ ପାଣି ଅଛି ।  ଉପରମୁଣ୍ଡରୁ ପାଣି କମିଛି ।  ଗତକାଲି ୨୨ ଗେଟ ଖୋଲା ଥିଲା ।  ଆସନ୍ତା ଦୁଇ ଦିନ ଯାଏଁ କୌଣସି ଗେଟ ବନ୍ଦ ହେବନି ।

ଏହି ୨୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେବ ।  ଆସନ୍ତା ତିନି ତାରିଖରେ ୬୧୮ ଫୁଟକୁ ଖସିବ ହୀରାକୁଦ ଜଳସ୍ତର ।  ମୁଣ୍ଡଳୀରେ ଆଦୌ ବନ୍ୟା ନଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।  ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦି ପରିସ୍ଥିତି ଦେଖାଯିବ ।

ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ ।  ହୀରାକୁଦ ଜଳଭଣ୍ଡାରକୁ ୩ ଦିନ ଭିତରେ SOP ଅନୁସାରେ ଖାଲି କରାଯିବ ।  ସେହିପରି ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି ।  ସବୁ ନଦୀ ବିପଦ ସଂକେତ ତଳକୁ ଆସିଲାଣି। ବ୍ରାହ୍ମଣୀରେ ବନ୍ୟା ହେବନି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.