ଲାଞ୍ଚ ନେବା ବେଳେ ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ କାବୁ କଲା ଭିଜିଲାନ୍ସ

add-all

ରାଉରକେଲା::ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର । ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ । ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ସୁନ୍ଦରଗଡ-ରାଉରକେଲା ରାସ୍ତାର ବଡଗାଁ ନିକଟବର୍ତ୍ତୀ ଗରିଆମାଲ ଠାରେ ଧରାପଡିଲେ ଟ୍ରାଫିକ ଇନ୍ସପେକ୍ଟର ।ଏକ ଗାଡ଼ି ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡେଡ୍ ଧରିଲା ରାଉରକେଲା ଭିଜିଲାନ୍ସ ।

ସୂଚନାନୁଯାୟୀ, ୧୦ ନମ୍ବର ରାଜ୍ୟ ରାଜପଥର ବଡ଼ଗାଁ ଥାନା ଗରିଆମାଲ ଛକ ନିକଟରେ ସୁନ୍ଦରଗଡ଼ ପରିବହନ ବିଭାଗ ଟ୍ରାଫିକ ଇନ୍ସପେକ୍ଟର ମୁକେଶ ମିଶ୍ର ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ (ଟ୍ରକ୍ ମାଲିକ)ଙ୍କର ଦୁଇଟି ହାଇୱା ଟ୍ରକ୍ ରହିଛି। ଗତ ଦୁଇ ମାସ ଧରି ନିଜ ଅଞ୍ଚଳରେ କୌଣସି ବାଧାବିଘ୍ନ ନକରି ଗାଡ଼ି ଚଳାଇଦେବା ପାଇଁ ଅଭିଯୁକ୍ତ ଟ୍ରାଫିକ୍ ଇନସ୍ପେକ୍ଟର ମିଶ୍ର ଟ୍ରକ୍ ମାଲିକଙ୍କୁ ମାସିକିଆ ବଟି ବାବଦକୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରାଯିବ ବୋଲି ସେ ଧମକ ଦେଇଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ବର୍ତ୍ତମାନ ୩ଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ad-week
Leave A Reply

Your email address will not be published.