ହାତୀ ଆକ୍ରମଣରେ ଯୁବକ ମୃତ

add-all

ପାଟଣା : ପାଟଣା ବନାଞ୍ଚଳ ତଥା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତ ରାମଚନ୍ଦ୍ରପୁର ନିକଟରେ ଥିବା ହାତୀ ପଲଙ୍କ ମଧ୍ୟରୁ ୨ଟି ଦନ୍ତା ହାତୀ ଗତକାଲି ଅପରାହ୍ନ ୩ଟା ସମୟରେ ଦଳରୁ ବାହାରି ପାଖରେ ଥିବା ବୋଇତାଳୁ ଚାଷ ଜମିରେ ପଶି ଖାଇବା ସମୟରେ ଏହି ୨ ଦନ୍ତା କୁ ଘଉଡ଼ାଇବା ପାଇଁ ରାମଚନ୍ଦ୍ରପୂର ଓ ଡଳଙ୍ଗପାଣି ଗ୍ରାମର କିଛି ଲୋକ ଉଦ୍ୟମ କରିଥିଲେ। ଏହି ସମୟରେ ଗୋଟିଏ ଦନ୍ତା ଡଳଙ୍ଗପାଣି ଗ୍ରାମର ରସାନନ୍ଦ ନାୟକଙ୍କ ପୁଅ ମଦନ ନାୟକ(୨୯) ଗୋଡ଼ାଇବା ସମୟରେ ମଦନ ତଳେ ପଡ଼ିଯାଇଥିଲେ ଓ ଦନ୍ତାଟିର ମଧ୍ୟ ଗୋଡ କାଦୁଅରେ ଫସି ଯାଇଥିଲା। ମଦନ ଘଟଣାସ୍ଥଳରୁ ଉଠି ଜୀବନ ବଞ୍ଚାଇବାରେ ସକ୍ଷମ ହେବା ପରେ ଧୋଇ ଧାଇ ହେଇ ଘରକୁ ଚାଲି ଯାଇଥିଲେ। ତେବେ ସନ୍ଧ୍ୟାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଘଟଗାଁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମଦନ ପ୍ରାଣ ହରାଇଛନ୍ତି। ହାତୀ ତାଙ୍କୁ ଜାକି ଦେଇଥିବାରୁ ମଦନ ମୃତ୍ୟୁ ବରଣ କରିଥିବା ତାଙ୍କ ପରିବାର ତଥା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିବ ବୋଲି ବନ ବିଭାଗ କହିଛି। ଏ ନେଇ ଘଟଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା କେସ ନଂ୪୫/୨୦୨୬ ମୂଳେ ରୁଜୁ କରାଯାଇଛି। ପୁଲିସ ପାଟଣାରେ ମୃତକର ଶବ ବ୍ୟବଚ୍ଛେଦ କରାଇଛି।

ad-week
Leave A Reply

Your email address will not be published.