ବନ୍ଧୁକ ମୁନରେ ଘରୁ ଲୁଟିଲେ ଅଳଙ୍କାର ଓ ଲକ୍ଷାଧିକ ଟଙ୍କା

add-all

ଭଦ୍ରକ: ବନ୍ଧୁକ ମୁନରେ ଲୁଟ୍ । ଆକୁଆ ରାମ ମାଛ ନେବା ବାହାନାରେ ଘରେ ପଶିଲେ। ପରିବାର ଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲଉଟି ନେଲେ ଲକ୍ଷାଧିକ ଟଙ୍କା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଜଗଦଳପୁର ପଞ୍ଚାୟତର ଜୁରାଗଡିଆ ଗ୍ରାମରେ ଚାଞ୍ଚଲ୍ୟ। ଗତକାଲି ରାତି ପ୍ରାୟ ୯ଟା ବେଳକୁ ଗ୍ରାମର ନିରଞ୍ଜନ ଶତପଥିଙ୍କ ଘରେ ପ୍ରଥମ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ଓପନିଂ ପାଇଁ ଆକୁଆ ରାମ ମାଛ ଦରକାର କହି ଘରେ ପଶିଥିଲେ। ଫାର୍ମ ଦୂରରେ ଅଛି ମାଛ ନାହିଁ, ନିରଞ୍ଜନ କହିବା ମାତ୍ରେ ଦୁର୍ବୁତ୍ତ ମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।

ପରେ ଅନ୍ୟ ୩ଜଣ ଦୁର୍ବୁତ୍ତ ଘରେ ପଶିଯାଇଥିଲେ। ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରି ଟଙ୍କା ଓ ସୁନା ଗହଣା ଲୁଟି ନେଇଛନ୍ତି। ଗାଁର ଜଣେ ବ୍ୟକ୍ତି ଏହା ଦେଖି ପାଟି କରିବାରୁ ବୁଲେଟ ଓ ଆପାଚି ଗାଡ଼ି ଛାଡ଼ି ବିଲ ଭିତରକୁ ଦୌଡ଼ି ପଳାଇଲେ ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୁତ୍ତଙ୍କୁ ଗ୍ରାମବାସୀ ମାନେ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ତଦନ୍ତ କରିଛି ।

ad-week
Leave A Reply

Your email address will not be published.