
କେନ୍ଦ୍ରାପଡା : ଘରୁ ଡାକି ନେଇ ସାଙ୍ଗକୁ ହତ୍ୟା ଅଭିଯୋଗ ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ତରଜଙ୍ଗା ଗାଁର ଅମର ଜିତ କରଙ୍କୁ ଘରୁ ଡାକି ନେଇ ମାଡ଼ ମାରିବା ସହ ସଙ୍ଗମାନେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଗତ ୨୯ ତାରିଖ ଦିନ ୨ଟାରେ ଅମରଜିତଙ୍କ ସାଙ୍ଗ ମୃତ୍ୟୁଞ୍ଜୟ ଓ ମଣ୍ଟୁ ତାଙ୍କୁ ଫୋନ କରି ଭୋଜି ପାଇଁ ଡାକିଥିଲେ । ପରେ ଅମରଜିତଙ୍କର ଦୁର୍ଘଟଣା ହୋଇଯାଇଥିବା ପରିବାର ଲୋକେ ଖବର ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରୁ କଟକ ସ୍ଥାନାନ୍ତର କରାଯାଇଥିଲା ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଅମର ଜିତଙ୍କୁ ଭର୍ତ୍ତି କରାଯାଇଥିଲା । ଗତକାଲି ଅମରଜିତଙ୍କ ମୃତ୍ୟୁ ଘଟିଥିଲା । କେନ୍ଦ୍ରାପଡ଼ାର ଏକ ରେସିଡ଼େନ୍ସିଆଲ କଲେଜରୁ ଯୁକ୍ତ ଦୁଇ ପାଶ୍ କରିଥିଲେ ଅମରଜିତ୍ ।
ଅନ୍ୟପଟେ ତେବେ ପୁଅକୁ ବିଷ ଦେଇ ପରେ ମାଡ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପରିବାର ଲୋକ ।
