
ଭଦ୍ରକ: ସାଳନ୍ଦୀ ନଦୀରେ ପୁଣି ବନ୍ୟା ପାଣି ଆସିଲା । ଫଳରେ ଲୋକେ ଭୟଭୀତ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତଳ ଗୋପ ବିନ୍ଧା ପଂଚାୟତ ଜଳାର୍ଣ୍ଣବ। ମାତ ଗଜ ପୁର ବ୍ରିଜ ଉପରେ ପୁଣି ଚାଲିଲା ବନ୍ୟା ପାଣି । ଶହ ଶହ ହେକ୍ଟର ଚାଷ ଜମିରେ ପୁଣି ବନ୍ୟା ପାଣି ପ୍ରବେଶ କରିଛି। ଲୋକ ମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ହଦ ଗଡ଼ ଡ୍ୟାମରୁ ୨୫ କ୍ୟୁସେକ ଜଳ ଛଡା ଯିବା ପୁଣି ବନ୍ୟା ପାଣି ବଢିଛି ।
ସୂଚନା ଅନୁଯାୟୀ, ହଦଗଡ଼ ଡ୍ୟାମରୁ ପ୍ରାୟ ୨୫ କ୍ୟୁସେକ ଜଳ ନିଷ୍କାସନ କରାଯାଇଥିବାରୁ ସାଳନ୍ଦୀ ନଦୀର ଜଳସ୍ତର ପୁଣି ବଢ଼ିଛି । ଏହାକୁ ନେଇ ତଳିଆ ଅଞ୍ଚଳର ଲୋକେ ଅଧିକ ସତର୍କ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଆବଶ୍ୟକ ପଡ଼ିଲେ ଉଦ୍ଧାର ଓ ରିଲିଫ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ଥିବା ସୂଚନା ଦେଇଛି । ପୁଣିଥରେ ବନ୍ୟା ପାଣି ଫେରିଆସିବାରୁ ସ୍ଥାନୀୟ ଲୋକେ ଚିନ୍ତାରେ ପଡ଼ିଛନ୍ତି । ବର୍ଷା ଜାରି ରହିଲେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଗୁରୁତର ହେବାର ଆଶଙ୍କା କରାଯାଉଛି ।
