୧୪ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

add-all

ଭୁବନେଶ୍ୱର : ୧୪ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଓଡ଼ିଶାରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି । ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । IMDର ଆକଳନ ଅନୁଯାୟୀ, ପ୍ରଥମେ ୧୨ ଅଗଷ୍ଟ ପାଖାପାଖି ଉତ୍ତର ବଙ୍ଗୋପସାଗର ଉପରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦ୍ୱିତୀୟ ସପ୍ତାହର ଆରମ୍ଭ, ଅର୍ଥାତ୍ ପ୍ରାୟ ୧୪ ଅଗଷ୍ଟ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧିପାରେ । ଏହି ସମ୍ଭାବ୍ୟ ଲଘୁଚାପଟି ବର୍ତ୍ତମାନର ପାଣିପାଗ ପ୍ରକ୍ରିୟାଠାରୁ ଭିନ୍ନ ।

ଅଗଷ୍ଟ ୭-୮ ବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ପାଣିପାଗ ପ୍ରଣାଳୀ ସୃଷ୍ଟି ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିବାର ପୂର୍ବାନୁମାନ ରହିଥିଲା । ୧୩ରୁ ୧୯ ଅଗଷ୍ଟ ମଧ୍ୟରେ ପୂର୍ବ ଓ ଉତ୍ତର-ପୂର୍ବ ଭାରତରେ ବର୍ଷାର ପ୍ରଭାବ ବଢ଼ିପାରେ । ଏହି ସମୟରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ-ସିକ୍କିମ, ଅରୁଣାଚଳ ପ୍ରଦେଶ, ଆସାମ ଓ ମେଘାଳୟର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପର ଗତିପଥ, ତୀବ୍ରତା ଏବଂ କେଉଁ ଅଞ୍ଚଳରେ କେତେ ବର୍ଷା ହେବ, ସେନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ସିଷ୍ଟମ୍ ଗଠନର ସମୟ ନିକଟତର ହେଲେ IMDର ପରବର୍ତ୍ତୀ ପୂର୍ବାନୁମାନରେ ଏନେଇ ଅଧିକ ସ୍ପଷ୍ଟତା ଆସିବ ।

ad-week
Leave A Reply

Your email address will not be published.