ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ

add-all

ହିଞ୍ଜିଳି: ଲିଫ୍ଟ ନଦେବାରୁ ତଣ୍ଟି କାଟିଦେଲେ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଖଣ୍ଡରା ଛକରେ ଅଭାବନୀୟ ଘଟଣା ଘଟିଛି । ରାସ୍ତା ରେ ଯାଉଥିବା ବାଇକ୍ ଚାଳକଙ୍କୁ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ ମାଗିଥିଲେ । ବାଇକ୍ ଚାଳକ ଲିଫ୍ଟ ଦେବାକୁ ମନା କରିଥିଲେ । ଏଥିରେ ରାଗିଯାଇ ବାଇକ ଚାଳକଙ୍କ ତଣ୍ଟି କାଟିଦେଇଥିଲେ ଅଜଣା ବ୍ୟକ୍ତି । ଗୁରୁତର ବ୍ୟକ୍ତି ହେଲେ ଉଦ୍ଧବ ପାଢୀ । ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ପୋଲିସ ମେଡିକାଲରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଜୁଲାଇ ମାସରେ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ଅଭିଯୁକ୍ତ ଗିରଫ ହୋଇଥିଲା । ୫ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ସୁରକ୍ଷିତ ଭାବେ ଜଙ୍ଗଲରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ । ଲିଫ୍ଟ ଦେବା ବାହାନାରେ ଖୋର୍ଦ୍ଧା ବସଷ୍ଟାଣ୍ଡରୁ ଜଣେ ଯୁବତୀଙ୍କୁ ନେଇ ରତନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳକୁ ଯାଇଥିଲା ଅଭିଯୁକ୍ତ । ସେଠାରେ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା । ସୁଯୋଗ ପାଇ ଯୁବତୀ ଅଭିଯୁକ୍ତକୁ ପ୍ରତିରୋଧ କରି ଦୁର୍ବୃତ୍ତଙ୍କ କବଳରୁ ଖସି ଜଙ୍ଗଲ ଭିତରକୁ ପଳାଇଥିଲେ । ହେଲେ ଜଙ୍ଗଲ ଭିତରେ ରାସ୍ତା ନପାଇ ପୋଲିସ ସହାୟତା ନମ୍ବରରେ କଲ କରିଥିଲେ । ତାଙ୍କ ମୋବାଇଲରେ ମାତ୍ର ୧୦ ପ୍ରତିଶତ ବ୍ୟାଟେରୀ ଚାର୍ଜ ଥିବ ପୋଲିସକୁ ଜଣାଇବା ପରେ ପୋଲିସ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲା ।

ad-week
Leave A Reply

Your email address will not be published.