ଜଳକାରେ ପୁଣି ବନ୍ୟା, ଜମିରେ ଲହଡ଼ି ମାରୁଛି ପାଣି

add-all

ଜଳେଶ୍ବର: ଜଳକାରେ ବନ୍ୟା ଯୋଗୁ ହତାଶ ହୋଇଛନ୍ତି ଚାଷୀ। ବନ୍ଯା ଜଳ ନିଷ୍କାସନ ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ଯା ପାଣି। କିଛି ଦିନରୁ ପୂର୍ବରୁ ରୁଆ ଯାଇଥିବା ଧାନତଳି ପଚିଗଲାଣି। ନଦୀ ଉପରମୁଣ୍ତ ମୟୁରଭଞ୍ଜ ରେ ପ୍ରବଳ ବର୍ଷା ଯୋଗୁ ପୂଣି ଜଳସ୍ତର ବଢୁଥିବା ରୁ ଚାଷୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବସ୍ତା ବ୍ଲକ ମଥାନୀ ଠାରେ ସତର୍କ ସଙ୍କେତ ୬ ମିଟର ଥିବାବେଳେ ବିପଦ ସଙ୍କେତ ରହିଛି ୬.୫୦ ମିଟର। ସକାଳ ୮ଟା ସୁଦ୍ଧା ୬.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି।

ଅନ୍ୟ ପଟେ ବନ୍ୟା ଛାଡିବାର ୧୨ ଦିନ ପରେ ବି ଲୋକ ଙ୍କ ଦୁର୍ଦ୍ଦଶା କମିନି। ବସ୍ତା ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ଧାନ ଚାଷ ବ୍ଯାପକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପଟେ, ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କଇଁନ୍ତରା ପଞ୍ଚାୟତ ବାଞ୍ଜିପାଲି ଗାଁର ଶହ ଶହ ଏକର ଚାଷଜମି ଜଳମଗ୍ନ। ପାଣି ଜମି ରହିଥିବାରୁ ତଳି ପଚି ସଢି ଗଲାଣି। ଏପଟେ ରାସ୍ତାରେ ୨୫ ଫୁଟର ଘାଇ ସୃଷ୍ଟିହୋଇ ଚାଷଜମି ବାଲିଚର ହୋଇଛି।

ad-week
Leave A Reply

Your email address will not be published.