ଚମ୍ପୁଆ ବଜାରରେ ପଶିଲେ ୧୮ ଟିକିଆ ହାତୀପଲ

add-all

ଚମ୍ପୁଆ : ଗତ ଦୁଇ ଦିନ ତଳେ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନରୁ ଚମ୍ପୁଆ ସେକ୍ସନକୁ ପଶି ଆସିଥିବା ୧୮ ଟିକିଆ ହାତୀପଲ ଗତରାତି ଶଶାଙ୍ଗ ବୈତରଣୀ କୂଳରେ ପହଂଚି ଥିଲେ। ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଯିବାକୁ ଉଦ୍ୟମ ମଧ୍ୟ କରିଥିଲେ। ମାତ୍ର ବୈତରଣୀ ନଦୀ ବଢ଼ି ଯୋଗୁଁଁ ନଦୀ ପାର ହୋଇ ନପାରି ହାତୀପଲ ନଦୀ କୂଳେ କୂଳେ ଚମ୍ପୁଆ ଏନ୍ଏସିକୁ ପଶି ଆସିଥିଲେ। ଚମ୍ପୁଆ ଏଗାର ନମ୍ବର ଓ୍ବାର୍ଡ ଗଉଡ ସାହି ମଧ୍ୟ ଦେଇ ହାତୀପଲ ଚମ୍ପୁଆ ବସଷ୍ଟାଣ୍ଡରେ ପଶି ଆସିଥିଲେ। ଆଜି ପାହାନ୍ତା ପ୍ରାୟ ୩ଟା ବେଳେ ଚମ୍ପୁଆ ବସଷ୍ଟାଣ୍ଡରେ ପଶି ଆସିଥିଲେ। ହାତୀପଲ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଚମ୍ପୁଆ ବସଷ୍ଟାଣ୍ଡ ଅଞ୍ଚଳରେ ରହିବା ପରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀଙ୍କୁ ଘଉଡେଇବାରୁ ହାତୀପଲ ରାମଲା ଗାଁ ମଧ୍ୟ ଦେଇ ଶଶାଙ୍ଗ ଜଙ୍ଗଲକୁ ଚାଲି ଯାଇଛନ୍ତି। ଦୀର୍ଘ ଦୁଇ ଘଣ୍ଟା ଚମ୍ପୁଆ ବସଷ୍ଟାଣ୍ଡ ଆଖପାଖ ଅଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ବେଳେ ତାରବାଡ଼ ଭାଙ୍ଗି ଜେଲଖାନା ପରିସରରେ ପଶି ବ୍ୟାପକ କ୍ଷୟକ୍ଷତି କରିବା ପରେ ପୁଣି ବଜାର ମଧ୍ୟରେ ପ୍ରବେଶ କରିଥିଲେ। ଯଦିଓ ହାତୀପଲ ଚମ୍ପୁଆରେ ଅନ୍ୟ କୈଣସି କ୍ଷୟକ୍ଷତି କରିନାହାନ୍ତି ବାଟରେ ଫେରିବା ବେଳେ ରାମଲା ଗାଁରେ ଗୋଟିଏ ଘର ଭାଙ୍ଗିଥିବା ଜଣା ପଡ଼ିଛି। ବନ ବିଭାଗର ଦୀର୍ଘ ସମୟ ଉଦ୍ୟମ ପରେ ହାତୀପଲ ରାମଲା ମଧ୍ୟ ଦେଇ ପୁଣି ଶଶାଙ୍କ ଜଙ୍ଗଲକୁ ଚାଲି ଯାଇଛନ୍ତି।

ad-week
Leave A Reply

Your email address will not be published.