
ମାଲକାନଗିରି : ମାଲକାନଗିରି ବଙ୍ଗାଳୀ ସମାଜ ଅଧୀନରେ ଶିକ୍ଷା ସଂସ୍କାର ସମିତି ଦ୍ୱାରା ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍.ଭି. ୧୦ ଗ୍ରାମରେ ଶିଶୁ ସେବା ସଦନର ଶୁଭ ଉଦ୍ଘାଟନ ହୋଇ ଯାଇଛିା ଏହି ଅବସରରେ ମାଲକାନଗିରି ବଙ୍ଗାଳୀ ସମାଜର କାର୍ଯ୍ୟକାରୀ ସଭାପତି ସୁନିଲ କୁମାର ବିଶ୍ୱାସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଲେ ଅନ୍ୟମାନଙ୍କ ମଧ୍ୟରେ ସମାଜର ସାଧାରଣ ସମ୍ପାଦକ ମନୋଜ କୁମାର ଚୌଧୁରୀ, କୋର କମିଟି ସଦସ୍ୟ ଉତମ ଓଝା, ନିହାର ରାୟ, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, ଉପଦେଷ୍ଟା ରମେନ ରାୟ, ଶିକ୍ଷା ସଂସ୍କାର ସମିତିର ସଭାପତି ତାରକ ମଣ୍ଡଳ, ସମ୍ପାଦକ ସୁଧିର ସିକଦାର, ଉପସଭାପତି ସାଧନାରାଣୀ ମଣ୍ଡଳ,ସଞ୍ଜିବ କୁମାର ବୈଦ୍ୟ, କୋଷାଧ୍ୟକ୍ଷ ବିଶ୍ୱଜିତ ବିଶ୍ୱାସ, ମୁଖ୍ୟ ପ୍ରବକ୍ତା ରଞ୍ଜିତ ସରକାର, ନିରାପଦ ବିଶ୍ୱାସ, ଯୁଗ୍ମ ସମ୍ପାଦକ ତାପସୀ ଗୋମସ୍ତା, ଶିକ୍ଷକ ମିହିର ବିଶ୍ୱାସ, ବିନୟ ମଣ୍ଡଳ, ଶ୍ରୀକାନ୍ତ କବିରାଜ, ଗ୍ରାମ କମିଟି ସଭାପତି ନାରାୟଣ ଗାଇନ,ସମ୍ପାଦକ ସୁବ୍ରତ ମଣ୍ଡଳ, ଗୌଡଗୁଡା ଗ୍ରାମପଂଚାୟତ ନାଏବ ସରପଂଚ ସୁବାଷ ଚନ୍ଦ୍ରବିଶ୍ୱାସ ମଂଚାସୀନ ହୋଇ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦ୍ୱୋଧନ ଦେଇଥିଲୋ
ଏହି ସେବା ସଦନରେ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶୈକ୍ଷିକ ସହାୟତା, ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରା ଯିବ ଓ ଉଚ୍ଚ ଶିକ୍ଷିତ ହେବା ନିମନ୍ତେ ନୈତିକତା, ମୁଲ୍ୟବୋଧ ଓ ସଂସ୍କାର ଶିକ୍ଷା ପ୍ରଦାନ କରାଯିବ ବୋଲି ମଂଚାସୀନ ଅତିଥି ମାନେ ମତପ୍ରକାସ କରିଥଇଲୋ ତତ୍ ସହିତ ଗୋଷ୍ଠି ସଚେତନତା କାର୍ଯ୍ୟକ୍ରମ, ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କୁ ନିୟମିତ ବିଦ୍ୟାଳୟ ଯିବା ବ୍ୟବସ୍ଥା, ନିୟମିତ ଯୋଗ ଶିକ୍ଷା ଅଭ୍ୟାସ, ଆଗାମୀ ଦିନରେ ପାଠାଗାର ସ୍ଥାପନ, ଶିକ୍ଷାର୍ଥୀମାନଙ୍କୁ ରାଷ୍ଟ୍ରବାଦୀ ଚିନ୍ତାଧାରା ଉପରେ ଅନୁପ୍ରାଣିତ କରାଯିବା ନିମନ୍ତେ ସ୍ୱତନ୍ତ୍ର ଶିକ୍ଷା ଦିଆ ଯିବ।ବିଶେଷ କରି ମା ମାନଙ୍କୁ ସଚେତନ ହୋଇ ନିଜ ଶିଶୁଙ୍କ ନିମନ୍ତେ ସ୍ୱତନ୍ତ୍ର ଭାବେ ଯତ୍ନବାନ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା ।ଏ ସମ୍ପର୍କରେ ମାତାପିତା ଓ ଅଭିଭାବକମାନଙ୍କୁ ନେଇ ସ୍ୱତନ୍ତ୍ର ସଭା କରାଯାଇ ଆଗାମୀ ଦିନରେ ଶିକ୍ଷା ସଂସ୍କାର ସମିତି ଗାଁର ଉନ୍ନତିରେ ମଧ୍ୟ ସଦା ସର୍ୱଦା ସହାୟତା ହେବେ ବୋଲି ପ୍ରକାଶ କରିଥିଲେ । ସ୍ୱେଚ୍ଛାସେବୀ ଶିଶୁ ସେବକ ଧର୍ମେନ୍ଦ୍ର ସରଦ୍ଦାର ଏହି ସଦନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ । ଅବଶେଷରେ ନାଏବ ସରପଂଚ ଶ୍ରୀ ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲୋ
