
କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ। ଚାଷୀଙ୍କୁ କାବୁ କରିନେଲା ପୋଲିସ। କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ବିଷ ପିଇବାକୁ ଉଦ୍ୟମ କଲେ ଦୁଇ ଚାଷୀ। ତାଳଚୁଆ ଓ ଢୋଲମରା ଗାଁର ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ଏଭଳି ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା ।
ଚାଷୀଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କ ଚାଷଜମିକୁ ଲାଗି ବେଆଇନ ଭାବେ ଚିଙ୍ଗୁଡ଼ି ଘେରି ନିର୍ମାଣ ହୋଇଛି । ଘେରିର ଲୁଣି ଓ ଦୂଷିତ ପାଣି ଚାଷଜମିକୁ ମାଡ଼ି ଆସିବାରୁ ବର୍ଷ ବର୍ଷ ଧରି ଫସଲ ନଷ୍ଟ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲାପାଳ ଓ ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇଥିଲେ ମଧ୍ୟ ସମାଧାନ ହୋଇନଥିଲା।
ଫଳରେ ଆଜି ବାଧ୍ୟ ହୋଇ ଚାଷୀ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ତାଙ୍କୁ ତୁରନ୍ତ କାବୁ କରିନେଇଥିଲା। ଜନଶୁଣାଣି ଶିବିରରେ ଏଭଳି ଚରମ ପଦକ୍ଷେପ ନେବାରୁ ସ୍ଥାନୀୟରେ ଚର୍ଚ୍ଚା ଜୋର ଧରିଛି।
