ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

add-all

ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଦୁଇଜଣଙ୍କ ମୃତ୍ୟୁ ହେବା ସହିତ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ରିପୋର୍ଟ କରିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଗୋଲାଘାଟ ଏବଂ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତି ବନ୍ୟା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଚରାଇଦେଓ, ଦାରାଙ୍ଗ, ଗୋଲାଘାଟ, ଜୋରହାଟ, କାର୍ବି ଆଙ୍ଗଲଙ୍ଗ, ନାଗାଓଁ ଏବଂ ଶିବସାଗର ଜିଲ୍ଲାରେ ୧୩୭,୫୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଗୋଲାଘାଟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଜିଲ୍ଲା ହୋଇଥିବା ବେଳେ ପ୍ରାୟ ୭୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ଛଅଟି ଜିଲ୍ଲାରେ ୧୨୫ଟି ରିଲିଫ୍ ଶିବିର ଏବଂ ରିଲିଫ୍ ବଣ୍ଟନ କେନ୍ଦ୍ର ପରିଚାଳନା କରୁଛି। ଯେଉଁଠାରେ ୪୯,୦୬୧ ଜଣ ଲୋକ ଆଶ୍ରୟ ନେଇଛନ୍ତି।

ସେହିପରି ୪୫୬ଟି ଗାଁ ଜଳମଗ୍ନ ଥିବା ବେଳେ ୧୧,୯୩୩.୪୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ବନ୍ୟା ଅନେକ ଜିଲ୍ଲାରେ ବନ୍ଧ, ରାସ୍ତା, ସେତୁ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ମଧ୍ୟ କ୍ଷତିଗ୍ରସ୍ତ କରିଛି। ଗୋଲାଘାଟ ଏବଂ ନୁମାଲିଗଡ଼ରେ ଧନସିରି ଏବଂ ଶ୍ରୀଭୂମିରେ କୁଶିଆ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.