ହର୍ମୁଜର ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କଲା ଇରାନ

add-all

ତେହରାନ : ପାରସ୍ୟ ଉପସାଗର ଓ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀର ସୁରକ୍ଷା ତଥା ସ୍ଥାୟୀ ପ୍ରଗତି ପାଇଁ ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟି ଏକ ରଣନୀତିକ ଖସଡ଼ାକୁ ଅନୁମୋଦନ କରିଛି। ହର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରର ସୁରକ୍ଷା ଓ ସ୍ଥାୟୀ ପ୍ରଗତି ପାଇଁ ରଣନୀତିକ ପଦକ୍ଷେପ ଶୀର୍ଷକ ଏହି ବିଲ୍‌କୁ ସଂସଦୀୟ କମିଟିର ସମସ୍ତ ସଦସ୍ୟ ସର୍ବସମ୍ମତିକ୍ରମେ ଅନୁମୋଦନ କରିଛନ୍ତି। ପ୍ରସ୍ତାବିତ ନିୟମ ଅଧୀନରେ ଆମେରିକା, ଇସ୍ରାଏଲ୍ କିମ୍ବା ଇରାନ ଦ୍ୱାରା ଶତ୍ରୁ ଭାବେ ଘୋଷିତ ଦେଶଗୁଡ଼ିକର ପତାକା ବହନ କରୁଥିବା କିମ୍ବା ସେମାନଙ୍କ ମାଲିକାନାରେ ଥିବା ଜାହାଜଗୁଡ଼ିକର ଚଳାଚଳ ଉପରେ କଟକଣା ଲଗାଯିବ। ଇରାନ ସରକାର ଏବଂ ସଶସ୍ତ୍ର ବାହିନୀର ମିଳିତ ସହଯୋଗରେ ଏହି ପ୍ରଣାଳୀରେ ସାମୁଦ୍ରିକ ସୁରକ୍ଷା, ନୌପରିବହନ ନିୟନ୍ତ୍ରଣ ଏବଂ ପରିବେଶ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ। ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅାବାସ ଆରାଘଚିଙ୍କ ସୂଚନା ଅନୁଯାୟୀ, ହର୍ମୁଜ ଦେଇ ଜାହାଜ ଚଳାଚଳ ପାଇଁ ନୂତନ ରୁଟ୍ ଓ ଆଇନଗତ ବ୍ୟବସ୍ଥା ନେଇ ଓମାନ ସହ ଚାଲିଥିବା ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କମିଟିର ମୁଖପାତ୍ର ହସନ କାଶକାଭିଙ୍କ ସୂଚନାନୁସାରେ, ସମ୍ପୃକ୍ତ ସରକାରୀ ବିଭାଗ ଓ ସଂସ୍ଥାଗୁଡ଼ିକର ମତାମତ ସମୀକ୍ଷା ପରେ ଏହି ବିଲ୍‌ର ଖସଡ଼ା ବିନା କୌଣସି ବିରୋଧରେ ପାରିତ ହୋଇଛି।

ad-week
Leave A Reply

Your email address will not be published.