ଜାତୀୟ ରାଜପଥ ମରାମତି ଦାବିରେ ବିରମିତ୍ରପୁର ୧୨ ଘଣ୍ଟିଆ ବନ୍ଦ

add-all

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍ ): ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଓ ମରାମତିରେ ବିଳମ୍ବକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆହୂତ ଏହି ବନ୍ଦ ପ୍ରଭାବରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍, ବ୍ୟାଙ୍କ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାସହ ୧୪୩ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ।

NHAIର ଅବହେଳାକୁ ନେଇ ଅସନ୍ତୋଷ: ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ୍ ତୀର୍କୀ କିଛି ଦିନ ପୂର୍ବରୁ କେନ୍ଦୁଝର NHAI (ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ) କର୍ତ୍ତୃପକ୍ଷଙ୍କୁ ଭେଟି ରାସ୍ତାର ଶୋଚନୀୟ ସ୍ଥିତି ବାବଦରେ ଅବଗତ କରାଇଥିଲେ। ମାତ୍ର NHAI ତରଫରୁ କୌଣସି ସକାରାତ୍ମକ ପଦକ୍ଷେପ ନନିଆଯିବାରୁ ଶେଷରେ ଜାତୀୟ ରାଜପଥ ଅବରୋଧ କରାଯାଇଥିବା ବିଧାୟକ ପ୍ରକାଶ କରିଛନ୍ତି।

ଡ୍ରେନେଜ୍ ସମସ୍ୟା ଓ ଦୁର୍ଘଟଣା ବୃଦ୍ଧି: ବିରମିତ୍ରପୁର ପୌରାଞ୍ଚଳ ଦେଇ ଯାଇଥିବା ରାସ୍ତାର ଦୁଇପାଖରେ ଡ୍ରେନ୍ ନିର୍ମାଣ କରାଯାଇଥିଲେ ହେଁ, ରାସ୍ତାଘାଟର ଜଳ ନିଷ୍କାସନ ସଠିକ୍ ଭାବେ ହୋଇପାରୁନାହିଁ। ଫଳରେ ରାସ୍ତାରେ ବର୍ଷା ଜଳ ଜମି ରହି ଅବସ୍ଥା ଅତି ଦୁଃଖଦାୟକ ହୋଇପଡ଼ିଛି ଏବଂ ପ୍ରତିଦିନ ସୋଚନୀୟ ଦୁର୍ଘଟଣାମାନ ଘଟୁଛି।

ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାରୋକ ଚେତାବନୀ: ଯଦି NHAI ଅତିଶୀଘ୍ର ଏହି ରାସ୍ତାର ସ୍ଥାୟୀ ମରାମତି ନକରେ, ତେବେ ଆଗାମୀ ଦିନରେ ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ବିରମିତ୍ରପୁରର ସାଧାରଣ ଜନତା, ବ୍ୟବସାୟୀ ଓ ଗାଡ଼ି ଚାଳକମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.