
ସାଲେପୁର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୪ ଗିରଫ । ୪ରୁ ୬ ଜଣ ଦୁର୍ବୁତ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଯୁବତୀ ଜଣକ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାକୁ ଗମ୍ଭୀରତା ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଅନୁଯାୟୀ, ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଆଡ଼କୁ ଏକ କାରରେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଫେରୁଥିଲେ ।
କଟକ-ଚାନ୍ଦବାଲି ରାସ୍ତାର ସୁକରପଡା ନିକଟରେ ଗାଡ଼ି ଅଟକାଇ ଥିବାବେଳେ ୪ରୁ ୬ଜଣ ଦୁର୍ବୁତ୍ତ ଆସି ଗାଡିଟିକୁ ଘେରିଯାଇଥିଲେ । ଯୁବତୀ ଜଣଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ପୀଡିତା । ଏହି ଘଟଣାରେ ଜଣେ ଡ଼ିଏସପି ଓ ଜଣେ ଲେଡି ଅଫିସରଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା । ପୀଡିତା ଯୁବତୀ ଜଣକ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଏସପି କହିଛନ୍ତି ।
