ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

add-all

ଭୁବନେଶ୍ୱର/ନୂଆଦିଲ୍ଲୀ: ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଅନୁଯାୟୀ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଚୟନ ପ୍ରକ୍ରିୟା ଘୁଞ୍ଚାଇ ଦିଆଯାଇଛି। ସେପର୍ଯ୍ୟନ୍ତ ରାଜ୍ୟ ସରକାର DGP ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ । DGP ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ DGP ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ କୋର୍ଟଙ୍କ ଏହି ଆଦେଶ ପରେ ଏହା ଅଟକି ଯାଇଛି । ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ କୋର୍ଟ ଆଜି ଶୁଣାଣି କରିଥିଲେ। କୋର୍ଟ UPSC କୁ ଆଜି ହେବାକୁ ଥିବା ବୈଠକକୁ ପରବର୍ତ୍ତୀ ଶୁଣାଣି ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କହିଛନ୍ତି। ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ କରି DGP ଚୟନ ପ୍ରକ୍ରିୟା କରାଯାଉଥିବା ଦର୍ଶାଇ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲ। ବରିଷ୍ଠ ଆଇନଜୀବୀ ପି. ଚିଦାମ୍ବରମ୍ ଭାରତର ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଆଗରେ ଏ ନେଇ ଯୁକ୍ତି ଉପସ୍ଥାପନ।

ଆଜି ଡିଜିପି ଚୂଡ଼ାନ୍ତ କରିବା ପାଇଁ UPSCର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ଦର୍ଶାଇଥିଲେ। ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଜନସ୍ବାର୍ଥ ମାମଲାର ଗ୍ରହଣୀୟତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଖଣ୍ଡପୀଠ ପ୍ରକାଶ ସିଂ ମାମଲାରେ ଆମିକସ କ୍ୟୁରି ଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ଲୋଡ଼ିବା ପରେ UPSCକୁ ବୈଠକ ସ୍ଥଗିତ ରଖିବାକୁ କହିଛନ୍ତି। ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହୋଇପାରେ, ଯେଉଁଥିରେ ସ୍ପଷ୍ଟ ହେବ ଯେ ଓଡ଼ିଶାକୁ କେବେ ମିଳିବେ ସ୍ଥାୟୀ DGP ।

ad-week
Leave A Reply

Your email address will not be published.