
ଉଦଳା : ବିଡ଼ିଓ ହୋଇ ପ୍ରିନ୍ସିପାଲଙ୍କୁ ଠକିଲେ ସାଇବର ଲୁଟେରା । କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ୱପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଲୁଟ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ଠାରୁ ଲୁଟ ।
ସୂଚନା ଅନୁଯାୟୀ, ପ୍ରିନ୍ସିପାଲଙ୍କୁ ଏକ ଅଜଣା ନମ୍ବରରେ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବା ପାଇଁ କହିଥିଲେ । ଏହି ପ୍ରୋଜେକ୍ଟ ବସାଇବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକ ଭାବେ ୪୦ ହଜାର ଟଙ୍କା ଦିଆଯିବ । ସେଥିପାଇଁ ପ୍ରିନ୍ସିପାଲଙ୍କୁ ଆକାଉଣ୍ଟ ନମ୍ବର ସହିତ ନେଟ ବ୍ୟାଙ୍କିଙ୍ଗର ନମ୍ବର ମାଗିଥିଲେ । ବିଡିଓ ମାଗୁଥିବା ଭାବି ଲୁଟେରାଙ୍କୁ ନମ୍ବର ଦେଇଥିଲେ ପ୍ରିନ୍ସିପାଲ । କିଛି ସମୟ ପରେ ଟଙ୍କା ଆକାଉଣ୍ଟକୁ ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ପ୍ରିନ୍ସିପାଲ । ଅନ୍ୟପଟେ ଆଉ ଜଣେ କଲେଜ କର୍ମଚାରୀଙ୍କୁ ସମାନ ଭାବେ ଠକେଇ କରୁଥିବା ବେଳେ ପ୍ରିନ୍ସିପାଲ ସତର୍କ କରାଇଦେବାକୁ ଠକେଇରୁ ବର୍ତ୍ତି ଯାଇଥିଲେ ଉକ୍ତ କର୍ମଚାରୀ । ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କଲେଜ ପ୍ରିନ୍ସିପାଲ ।
