କଞ୍ଚାଲଙ୍କାରେ ପ୍ରଥମଥର ପାଇଁ ଅଭିନେତ୍ରୀ ଲଭଲି ଓ ବବଲୀ…

add-all

ଭୁବନେଶ୍ୱର: କଞ୍ଚାଲଙ୍କା କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଅଭିନେତ୍ରୀ ଲଭଲି ଓ ବବଲୀ। ଭଲେଣ୍ଟାଇନ ଡେ’ ରେ ସ୍କ୍ରିନିଂ ହେବ ଟ୍ରୁଲି ୟୁଅର୍ସ। ପ୍ରେମ ଭିତ୍ତିକ ଏହି ଚଳଚ୍ଚିତ୍ରଟି ଯୁବ ବର୍ଗଙ୍କୁ ବେଶ ଆକର୍ଷଣ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ ଲଭଲି, ବବଲୀ ସହ ଅଭିନେତା ଅଙ୍କିତ, ସନ୍ଦିପ୍ ଅଭିନୟ କରୁଛନ୍ତି।  ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ।

ଏହା ପରେ ପ୍ରତି ମାସରେ କଞ୍ଚାଲଙ୍କାରେ କ୍ଷୁଦ୍ର ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହେବ ବୋଲି ଏହାର ମୁଖ୍ୟ ବିଭୁ ରଥ ସୂଚନା ଦେଇଛନ୍ତି। କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଆଗରୁ ଅଭିନେତା ପପୁ ପମପମ ଓ ଅଭିନେତ୍ରୀ ଅଙ୍କିତାଙ୍କ “ହ୍ୟାଲୋ ରାବଣ”, ଅଭିନେତା ରାଜେଶ ଓ ଅଭିନେତ୍ରୀ ରିୟାଙ୍କ “ହଉ ହଉ‌ ହେଇଗଲାରେ”, ଅଭିନେତା ଲୋହିତାକ୍ଷ ଓ ଅଭିନେତ୍ରୀ ସୈମ୍ୟାଙ୍କ ଟୁ “ଚକଲେଟ୍”, ଅଭିନେତ୍ରୀ ଶ୍ରଦ୍ଧାଙ୍କ “ବ୍ରେକ ଅପ୍ ରୁଲସ୍” ଭଳି ଚଳଚ୍ଚିତ୍ର ଷ୍ଟ୍ରିମିଙ୍ଗ ହୋଇ ଲୋକାଦୃତ ହୋଇଛି।

ad-week
Leave A Reply

Your email address will not be published.