ବଡ଼ ପରଦାରେ ରିଲିଜ୍‌ ହେବ ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’; ଘୋଷଣା କଲା ସନି ପିକ୍ଚର୍ସ୍

add-all

ମୁମ୍ବାଇ: ୨୦ ବର୍ଷ ପୂର୍ବେ ସାରା ଭାରତରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନାଙ୍କ ‘ଶକ୍ତିମାନ୍’ ଏବେ ବଡ ପରଦାରେ ରିଲିଜ୍ ହେବ। ଫେବ୍ରୁଆରି ୧୦ରେ ସନି ପିକ୍ଚର୍ସ ‘ଶକ୍ତିମାନ୍’ ଚଳଚ୍ଚିତ୍ରର ବଡ଼ପରଦାରେ ରିଲିଜ୍‌ ସଂପର୍କରେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଘୋଷଣା କରିଛି। ସନି ପିକ୍ଚର୍ସ୍ ଟ୍ଵିଟ୍ କରି ଲେଖିଛି, ସମଗ୍ର ବିଶ୍ଵରେ ଓ ଭାରତରେ ଅନେକ ସୁପର୍ ହିରୋ ଚଳଚ୍ଚିତ୍ର ତିଆରି ହୋଇ ଅତ୍ୟନ୍ତ ଲୋକପ୍ରିୟ ହେବା ପରେ ଏବେ ଦେଶୀ ସୁପର୍ ହିରୋର ସମୟ। ସବୁଠୁ ବଡ କଥା ହେଲା ‘ଶକ୍ତିମାନ୍’ ଧାରାବାହିକର ନିର୍ମାତା ମୁକେଶ ଖାନ୍ନାଙ୍କ ପ୍ରଡକ୍ସନ ହାଉସ୍ ଭୀଷ୍ମ ଇଣ୍ଟରନେସନାଲ୍ ସହ ସନି ପିକ୍ଚର୍ସ୍ ହାତ ମିଳାଇଛି ବୋଲି ଘୋଷଣା କରିଛି। ଭୀଷ୍ମ ଇଣ୍ଟରନେସନାଲ ସହ ବ୍ରିଉଇଂ ଥଟ୍ସ୍ ପ୍ରାଇଭେଟ୍ ଲିମିଟେଡ୍ ସହ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ସନି ପିକ୍ଚର୍ସ୍ ହାତ ମିଳାଇଛି।
ଗୁରୁବାର ‘ଶକ୍ତିମାନ୍’ ଚଳଚ୍ଚିତ୍ର ନିର୍ମାଣ ହେବ ବୋଲି ଘୋଷଣା କରାଯିବା ପରେ ଟ୍ଵିଟରରେ ହ୍ୟାଜ୍-ଟ୍ୟାଗ୍ ଶକ୍ତିମାନ୍ ଟ୍ରେଣ୍ଡ୍ କରିଥିଲା। କିଛି ଲୋକ ଅତ୍ୟନ୍ତ ଉତ୍ସାହିତ ହୋଇଯାଇଥିବା ବେଳେ କିଛି ଲୋକ ପୁରୁଣା ‘ଶକ୍ତିମାନ୍’ କଥା ମନେ ପକାଇ ଭାବୁକ ହୋଇଯାଇଥିଲେ। ‘ଶକ୍ତିମାନ’ ଚଳଚ୍ଚିତ୍ର ଆସିବ ବୋଲି ଘୋଷଣା ହୋଇଥିବା ବେଳେ ଏଥିରେ କେଉଁମାନେ ଅଭିନୟ କରିବେ ତା ବିଷୟରେ ସନି ପିକ୍ଚର୍ସ୍ ଘୋଷଣା କରିନାହିଁ।
ତେଣୁ ସୋସିଆଲ ମିଡିଆରେ କିଏ ‘ଶକ୍ତିମାନ’ ଚଳଚ୍ଚିତ୍ରରେ ଅଭିନୟ କଲେ ସବୁଠୁ ଭଲ ହେବ ତା ନେଇ ଚର୍ଚ୍ଚା ଚାଲିଥିଲା। କିଛି ଲୋକ ଅକ୍ଷୟ କୁମାର ଶକ୍ତିମାନର ଚରିତ୍ର ସହ ସବୁଠୁ ଭଲ ମାନିବେ ବୋଲି କହିଥିଲେ। କାରଣ ସେ ଜଣେ ପ୍ରସିଦ୍ଧ ଆକ୍ସନ ଷ୍ଟାର୍ ହୋଇଥିବା ବେଳେ ବଙ୍ଗାଧରର ହାସ୍ୟରସାତ୍ମକ ଚରିତ୍ର ପାଇଁ ବି ସେ ଉପଯୁକ୍ତ ହୋଇ ପାରିବେ। ଏହାଛଡା ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ ଜୀବନରେ ଗୁରୁତର ବିବାଦୀୟ ମାମଲା ନାହିଁ ଯାହାଦ୍ଵାରା ସେ ଧାରାବାହିକ ଶକ୍ତିମାନ ଭଳି ନୀତିଶିକ୍ଷା ଦେଲେ ତାହା ଜନତାଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ।

ad-week
Leave A Reply

Your email address will not be published.