ମହଙ୍ଗା ହେବ H-1B ଭିସା, ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା

Independence

ନୂଆଦିଲ୍ଲୀ: H-1B ଭିସା ହେବ ମହଙ୍ଗା । ପ୍ରାୟ ୯୯ ଲକ୍ଷ ଟଙ୍କା ଫି’ ପ୍ରସ୍ତାବ କଲା ଆମେରିକା । H-1B ଭିସାକୁ ନେଇ ଆମେରିକା ଏକ ବଡ଼ ପ୍ରସ୍ତାବ ଆଣିଛି । H-1B କୋଟା ଅଧୀନରେ ଆବେଦନ ପାଇଁ ପ୍ରାୟ ୯୯ ଲକ୍ଷ ଟଙ୍କାର ଅଲଗା ଫି’ ନେବାକୁ ଆମେରିକାର Department of Homeland Security ପ୍ରସ୍ତାବ ଦେଇଛି। ତେବେ ଏହି ନିୟମ ଏବେଠାରୁ ଲାଗୁ ହୋଇନାହିଁ । ଏହା କେବଳ ଏକ ପ୍ରସ୍ତାବ । ଆଗକୁ ଏହା ଚୂଡ଼ାନ୍ତ ହେଲେ H-1B ଭିସାରେ ବିଦେଶୀ କର୍ମଚାରୀଙ୍କୁ ଆମେରିକା ନେବା କମ୍ପାନୀଗୁଡ଼ିକ ପାଇଁ ବହୁତ ମହଙ୍ଗା ହୋଇପାରେ । H-1B ଭିସା ଜରିଆରେ ଆମେରିକାର କମ୍ପାନୀଗୁଡ଼ିକ ଭାରତ ସମେତ ବିଭିନ୍ନ ଦେଶର ଦକ୍ଷ କର୍ମଚାରୀଙ୍କୁ ଚାକିରି ଦେଇଥାନ୍ତି । ବିଶେଷ କରି IT ଓ Technology କ୍ଷେତ୍ରରେ ବହୁ ଭାରତୀୟ ଏହି ଭିସାରେ ଆମେରିକା ଯାଆନ୍ତି । ତେଣୁ ନୂଆ ଫି’ ଲାଗୁ ହେଲେ ଭାରତୀୟ ପେସାଦାରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ । ପୂର୍ବରୁ H-1B ପାଇଁ 1 ଲକ୍ଷ ଡଲାର ଫିକୁ ନେଇ ଆମେରିକାରେ ଆଇନଗତ ବିବାଦ ଦେଖାଦେଇଥିଲା । କୋର୍ଟରେ ଝଟକା ପରେ ଏବେ ୧ ଲକ୍ଷ ୩ ହଜାର ୨୬୫ ଡଲାରର ନୂଆ ଫି’ ପ୍ରସ୍ତାବ ଆସିଛି। H-1B କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକୀୟ କମ୍ପାନୀଗୁଡ଼ିକ ବିଶେଷ ଦକ୍ଷତା ଥିବା ବିଦେଶୀ ପେସାଦାରଙ୍କୁ ନିଯୁକ୍ତି ଦେଇଥାନ୍ତି ।

ପ୍ରତିବର୍ଷ ସାଧାରଣ H-1B cap ଅଧୀନରେ ୬୫ ହଜାର ଭିସା ରହିଥିବା ବେଳେ ଆମେରିକୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନରୁ ମାଷ୍ଟରସ କିମ୍ବା ତା’ଠାରୁ ଉଚ୍ଚ ଡିଗ୍ରୀ ହାସଲ କରିଥିବା ବିଦେଶୀଙ୍କ ପାଇଁ ଅତିରିକ୍ତ ୨୦ ହଜାର ସ୍ଥାନ ରହିଛି । ନୂଆ ଫି’ ପ୍ରସ୍ତାବ ଚୂଡ଼ାନ୍ତ ଭାବେ ଲାଗୁ ହେଲେ H-1B କର୍ମଚାରୀଙ୍କୁ ସ୍ପନସର କରୁଥିବା କମ୍ପାନୀଗୁଡ଼ିକର ଖର୍ଚ୍ଚ ବହୁଗୁଣ ବଢ଼ିପାରେ । ଫଳରେ ବିଦେଶୀ ସ୍କିଲଡ ପ୍ରଫେସନାଲଙ୍କୁ ନିଯୁକ୍ତି ଦେବା ପୂର୍ବରୁ କମ୍ପାନୀଗୁଡ଼ିକୁ ଖର୍ଚ୍ଚର ହିସାବ ନୂଆ କରି କଷିବାକୁ ପଡ଼ିପାରେ । ଭାରତୀୟ IT ଓ technology professionalsଙ୍କ ପାଇଁ ମଧ୍ୟ ଏହା ବିଶେଷ ଗୁରୁତ୍ୱ ରଖୁଛି। DHSର ପ୍ରସ୍ତାବ ଅନୁସାରେ, ଏହି ଫି’ରୁ ବର୍ଷକୁ ବିପୁଳ ରାଜସ୍ୱ ଆସିପାରେ । ଏହି ଅର୍ଥ immigration processing, fraud detection, national-security vetting ଓ ଅନ୍ୟାନ୍ୟ immigration-related କାର୍ଯ୍ୟର ଖର୍ଚ୍ଚ ପୂରଣରେ ବ୍ୟବହାର କରିବା ଲକ୍ଷ୍ୟ ରହିଛି । ବିଶେଷ କଥା ହେଉଛି, H-1Bକୁ ନେଇ ପୂର୍ବରୁ ୧ ଲକ୍ଷ ଡଲାର ଫି’ ସମ୍ପର୍କିତ ପଦକ୍ଷେପ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । କୋର୍ଟରେ ଝଟକା ପରେ ଏବେ DHS ପକ୍ଷରୁ 1ଲକ୍ଷ ୩ ହଜାର ୨୬୫ ଡଲାରର ନୂଆ ଫି’ ପ୍ରସ୍ତାବ ଆସିଛି । ଏହା ଚୂଡ଼ାନ୍ତ ହେଲେ H-1B ନିଯୁକ୍ତି ବ୍ୟବସ୍ଥା ଓ ଆମେରିକାରେ ବିଦେଶୀ ଦକ୍ଷ ପେସାଦାରଙ୍କ ନିଯୁକ୍ତି ଉପରେ ବଡ଼ ପ୍ରଭାବ ପଡ଼ିପାରେ ।

ad-week
Leave A Reply

Your email address will not be published.