
କଲମ୍ବୋ : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟ ଅମୀମାଂସିତ ଭାବେ ଶେଷ ହୋଇଛି । ଶ୍ରୀଲଙ୍କା ୪୨୯/୯ ରନରେ ଦ୍ୱିତୀୟ ପାଳି ଘୋଷଣା କରିବା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍କୁ ଅମୀମାଂସିତ ଭାବେ ଶେଷ କରାଯାଇଥିଲା । ସୋନାଲ ଦିନୁଶା ୧୩୩ ରନ୍ କରି ଅପରାଜିତ ଥିଲେ । ତେବେ ପ୍ରଥମ ଟେଷ୍ଟ ଭାରତ ସପକ୍ଷରେ ଯାଇଥିବାରୁ ଭାରତ ଏହି ୨ ମାସ ବିଶିଷ୍ଟ ଶୃଙ୍ଖଳାକୁ ୧-୦ରେ ହାତେଇ ନେଇଛି । ସୁବ୍ମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୫୦୩/୯ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା । ୫୦୩ ରନ୍ର ଏହି ବିଶାଳ ସ୍କୋରକୁ ପିଛା କରି ଶ୍ରୀଲଙ୍କା ପ୍ରଥମ ପାଳିରେ ମାତ୍ର ୨୯୦ ରନ୍ କରି ଫଲୋଅନ୍ର ସମ୍ମୁଖୀନ ହୋଇଥିଲା । ତେବେ ଦ୍ୱିତୀୟ ପାଳିରେ ସୋନାଲ ଦିନୁଶାଙ୍କ ଲଢୁଆ ୧୩୩ ରନ୍ ଯୋଗୁ ଶ୍ରୀଲଙ୍କା ନିଶ୍ଚିତ ପରାଜୟରୁ ବର୍ତି ଯାଇଥିଲା । ଶ୍ରୀଲଙ୍କାର ଦ୍ୱିତୀୟ ପାଳି ଘୋଷଣା ପରେ ଉଭୟ ଦଳର ଅଧିନାୟକଙ୍କ ନିଷ୍ପତି କ୍ରମେ ମ୍ୟାଚ୍କୁ ଅମୀମାଂସିତ ଘେଷଣା କରାଯାଇଥିଲା ।
