ମୋହନ ଭାଗବତଙ୍କ ନ୍ୟୁୟର୍କ କାର୍ଯ୍ୟକ୍ରମ ଆୟୋଜକଙ୍କ ଏକ୍ସ ଆକାଉଣ୍ଟ୍ ସସପେଣ୍ଡ

Independence

ନ୍ୟୁୟର୍କ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଶନିବାର ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବେ । କିନ୍ତୁ ଏହାର ଦିନକ ପୂର୍ବରୁ ଆମେରିକୀୟ ହିନ୍ଦୁମାନଙ୍କ ପାଇଁ ଏନଗେଜମେଣ୍ଟ ଆଣ୍ଡ ଡାଏଲଗ୍ (AHEAD ଫୋରମ୍)ର ଏକ୍ସ ଆକାଉଣ୍ଟକୁ ସସପେଣ୍ଡ ହୋଇଛି । ଏହା ସେହି ଆମେରିକାରେ ଘଟିଛି, ଯିଏ ମାନବାଧିକାର ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଚାମ୍ପିଅନ୍ ବୋଲି ଆତ୍ମପ୍ରତାର କରିବୁଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏକ୍ସ ପକ୍ଷରୁ ଏହି ସସପେଣ୍ଡର କୌଣସି କାରଣ ଦିଆଯାଇନାହିଁ । AHEAD ଫୋରମ୍ ଅଗଷ୍ଟ ୨୯ରେ “ୟୁନିଭର୍ସାଲ୍ ୱାନନେସ୍ ସେଲିବ୍ରେସନ୍” ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରୁଛି, ଯେଉଁଠାରେ ଭାଗବତ ମ୍ୟାଡିସନ୍ ସ୍କୋୟାର ଗାର୍ଡେନ୍ର ଇନଫୋସିସ୍ ଥିଏଟରରେ ସମ୍ବୋଧିତ କରିବେ । ଆକାଉଣ୍ଟ ସସପେଣ୍ଡ ହେବା ପରେ, AHEAD ଆକାଉଣ୍ଟକୁ ପୁନରୁଦ୍ଧାର କରିବା ପାଇଁ ଏକ୍ସକୁ ଅପିଲ୍ କରିଛି ।

AHEAD ନ୍ୟୁୟର୍କ କାର୍ଯ୍ୟକ୍ରମକୁ ଏକତା, ପାରସ୍ପରିକ ବୁଝାମଣା, ସମନ୍ୱୟ ଏବଂ ବିଭିନ୍ନ ଧର୍ମ ମଧ୍ୟରେ ଆଲୋଚନା ଉପରେ କେନ୍ଦ୍ରିତ ରକ୍ଷା ବନ୍ଧନ ଉତ୍ସବ ଭାବରେ ବର୍ଣ୍ଣନା କରିଛି । AHEAD କହିଛି ଯେ ୨୦୦ରୁ ଅଧିକ ହିନ୍ଦୁ-ଆମେରିକୀୟ ସଂଗଠନ ଏହି ବହୁସାଂସ୍କୃତିକ ଉତ୍ସବକୁ ସମର୍ଥନ କରୁଛନ୍ତି । ସଂଗଠନ ଯୁକ୍ତି ରଖିଛି ଯେ ଏହାର କମ୍ୟୁନିକେସନ ଏକ୍ସର ନୀତି ଅନୁରୂପ ଥିଲା । ସେମାନେ କହିଛନ୍ତି ଯେ ଏହାର ପୋଷ୍ଟଗୁଡ଼ିକ “ସାର୍ବଜନୀନ ଶାନ୍ତି, ଏକତା, ସମନ୍ୱୟ” ଏବଂ ସମ୍ପ୍ରଦାୟ ମଧ୍ୟରେ ଗଠନମୂଳକ ଆଲୋଚନା ଉପରେ କେନ୍ଦ୍ରିତ ଥିଲା ।

ଏକ୍ସ କାହିଁକି AHEADର ଆକାଉଣ୍ଟକୁ ସସପେଣ୍ଡ କଲା ?

ଅଗଷ୍ଟ ୨୯ରେ ନ୍ୟୁୟର୍କ ସିଟି ମେୟର ଜୋରାନ ମାମଦାନିଙ୍କ ଦ୍ୱାରା ବିରୋଧ ବିବାଦ ମଧ୍ୟରେ AHEADର ଏକ୍ସ ଆକାଉଣ୍ଟକୁ ନିଲମ୍ବନ କରାଯାଇଛି । ଭାଗବତ ଏବଂ ଆରଏସଏସର ସମାଲୋଚନାକାରୀ ଗୋଷ୍ଠୀଗୁଡ଼ିକ ଏହାକୁ ବିରୋଧ କରିଥିଲେ । ଏହି ବିବାଦ ସହିତ ଆକାଉଣ୍ଟ ସସପେଣ୍ଡର କୌଣସି ସାର୍ବଜନୀନ ପ୍ରମାଣ ନାହିଁ ।

ସୁରକ୍ଷା ପରାମର୍ଶ ଜାରି କରିଛି ହିନ୍ଦୁ ସଂଗଠନ

ହିନ୍ଦୁ ଆମେରିକୀୟ ଫାଉଣ୍ଡେସନ କାର୍ଯ୍ୟକ୍ରମ ପୂର୍ବରୁ ଏକ ସୁରକ୍ଷା ପରାମର୍ଶଦାତା ଜାରି କରିଛି । ଏଥିରେ ଲୋକମାନଙ୍କୁ ସତର୍କ ରହିବାକୁ, ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ଆଲୋଚନା ସମୟରେ ସଂଯମତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି । ସଂଗଠନ ପକ୍ଷରୁ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ଲୋକଙ୍କ ସୁରକ୍ଷା ଏବଂ ନାଗରିକ ଅଧିକାର ସୁନିଶ୍ଚିତ କରିବାକୁ ମେୟର ମାମଦାନୀଙ୍କୁ ମଧ୍ୟ ଅନୁରୋଧ କରିଛି । ଏଚଏଏଫ୍ ଚେତାବନୀ ଦେଇଛି ଯେ ମ୍ୟାଡିସନ୍ ସ୍କୋୟାର ଗାର୍ଡେନର ଇନଫୋସିସ୍ ଥିଏଟରରେ ଶନିବାର ହେବାକୁ ଥିବା “ୟୁନିଭର୍ସାଲ୍ ୱାନନେସ୍ ସେଲିବ୍ରେସନ୍” କାର୍ଯ୍ୟକ୍ରମକୁ ବାଧା ଦେବା କିମ୍ବା ବାତିଲ କରିବାକୁ ଚେଷ୍ଟା କରାଯାଇପାରେ ।

ଭାଗବତଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ USCIRF ଦାବି କରିଛି

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକୀୟ କଂଗ୍ରେସର ଏକ ପରାମର୍ଶଦାତା କମିଟି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ମୋହନ ଭାଗବତଙ୍କୁ ପ୍ରଦାନ କରାଯାଇଥିବା ଭିସା ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛି । ଭାଗବତ ତିନି ରାଷ୍ଟ୍ର ଗସ୍ତର ଅଂଶ ଭାବରେ ନ୍ୟୁୟର୍କରେ ଅଛନ୍ତି । ଆମେରିକୀୟ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା କମିଶନ ଏକ ବିବୃତ୍ତିରେ କହିଛି, “ସଂଗଠନ ମୋହନ ଭାଗବତଙ୍କ ଆମେରିକା ଗସ୍ତକୁ ନେଇ ଗଭୀର ଚିନ୍ତିତ ।” USCIRF ଅଭିଯୋଗ କରିଛି ଯେ ଆରଏସଏସ ସହ ଜଡ଼ିତ ସଂଗଠନର ସଦସ୍ୟମାନେ “ଧାର୍ମିକ ସଂଖ୍ୟାଲଘୁ” ବିରୁଦ୍ଧରେ “ହିଂସାତ୍ମକ ଆକ୍ରମଣ” କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ USCIRF ଅଧ୍ୟକ୍ଷ ଆସିଫ୍ ମହମୁଦ ହେଉଛନ୍ତି ପାକିସ୍ତାନୀ ବଂଶୋଦ୍ଭବ । ସେ ତାଙ୍କର ଭାରତ ବିରୋଧୀ ଚିନ୍ତାଧାର ପାଇଁ ବିବାଦୀୟ ।

ad-week
Leave A Reply

Your email address will not be published.