ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

Independence

ନୟାଗଡ଼ (ନିସର୍ତ୍ତ): ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହନ୍ତିଙ୍କ ଆବାହକତ୍ୱରେ ଇନଡୋର ଷ୍ଟାଡିୟମ ପରିସରରେ ଶନିବାର ଦିନ ପୂର୍ବାହ୍ନ ସମୟରେ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ହକି ପରିଚାଳକ ବିଶ୍ୱରଂଜନ ଷଡ଼ଙ୍ଗୀ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଓଡିଶା ଫୁଟବଲ ଆସୋସିଏସନର କୋଚ ନିପେନେଦ୍ର ଦାସଙ୍କ ସମେତ ସମସ୍ତ କାଉନସିଲର ମାନେ ଯୋଗଦେଇ ଏହି କ୍ରୀଡା ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ ।

ଏହି କ୍ରୀଡା ପ୍ରତିଯୋଗିତାରେ ୧୫ଟି ବିଦ୍ୟାଳୟରୁ ୨୫୦ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଚେସ, ବ୍ୟାଡମିଣ୍ଟନ, ଯୋଗ ଓ କ୍ୟାରମ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ସ୍ତରୀୟ କ୍ରୀଡାରେ ଶ୍ରୀଧର ସାହୁ, ଶଶିକାନ୍ତ ସାମନ୍ତରାୟ,ପୂର୍ଣ୍ଣଚନ୍ଦ୍ର ସିଂହଦେଓ,ଅଜୟ ପ୍ରଧାନ, ପ୍ରଦୀପ କୁମାର ବିଶ୍ୱାଳ, ନୀଳକଣ୍ଠ ବେହେରା ପ୍ରମୁଖ ବିଚାରକ ଭାବେ ନିୟୋଜିତ ଥିଲେ । ଏହି କ୍ରୀଡାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଆସନ୍ତା ସ୍ୱାୟତ୍ତ ଶାସନ ଦିବସରେ ପୁରସ୍କୃତ କରାଯିବ ବୋଲି ସଂଯୋଜକ ବିଷ୍ଣୁ ପ୍ରସାଦ କହିଥିଲେ। ସ୍ୱାୟତ୍ତ ଶାସନ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଲୋକଙ୍କ ପାଖରେ ଶାସନର ସୁଫଳ ପହଞ୍ଚାଇବାକୁ ହେଲେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ସମସ୍ତଙ୍କ ସହଭାଗିତା ଅତ୍ୟନ୍ତ ଜରୁରୀ ବୋଲି ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି କହିଥିଲେ ।

ad-week
Leave A Reply

Your email address will not be published.