କଡେଇ ଛକ ନିକଟରେ ଓଲଟିଲା ବସ୍, ୩୦ରୁ ଅଧିକ ଯାତ୍ରୀ ଆହତ

Independence

ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ବସ୍ । ୩୦ରୁ ଅଧିକ ଯାତ୍ରୀ ଆହତ । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କଡେଇ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁଯାୟୀ, ଯଶୋଦା ନାମକ ଏହି ଘରୋଇ ବସ୍ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ତେବେ ଛତିଆ ପରେ ପରେ କଡେଇ ଛକ ନିକଟରେ ହଠାତ ବସଟି ଭାରସାମ୍ୟ ହରାଇ ଜାତୀୟ ରାଜପଥ କଡ଼ରେ ଓଲଟି ପଡ଼ିଥିଲା।

ବସରେ ୫୦ରୁ ଅଧିକ ଯାତ୍ରୀ ଯାଉଥିଲେ ।  ଖବର ପାଇ ବଡ଼ଚଣା ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ିରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରିଛି। ସେମାନଙ୍କ ମଧ୍ୟରୁ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।  ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।  ବଡ଼ଚଣା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ରାସ୍ତାରୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।

ad-week
Leave A Reply

Your email address will not be published.