
୧୯୪ଲିଖିତ ଅଭିଯୋଗରୁ ତୁରନ୍ତ ୧୦୬ ସମାଧାନ।
ନୟାଗଡ଼ ,୩୧/,୦୮(ନିସର୍ତ୍ତ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ସୋମବାର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି l ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ. ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ,ବ୍ଲକ ଅଧକ୍ଷା ନିର୍ମଳା ବେହେରା ଓ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗ ଅଧିକାର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଲୋକମାନେ କିପରି ଶୀଘ୍ର ପ୍ରଶାସନିକ ସେବା ପାଇପାରିବେ ସେଥିପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରଣପୁର ବ୍ଲକ ପ୍ରଶାସନ ତରଫରୁ ରଣପୁର ବ୍ଲକ ପ୍ରଶାସନ ସେବା କାର୍ଯ୍ୟକ୍ରମ କରାଯାଉଅଛି ବୋଲି ଜିଲ୍ଲାପାଳ ଶ୍ରୀମତୀ ରଥ ସାମ୍ବାଦିକମାନଙ୍କୁ ସୂଚନା ପ୍ରଦାନ କରିଥିଲେ l ବ୍ଲକ ପ୍ରଶାସନ ସେବା ମାଧ୍ୟମରେ ଲୋକମାନଙ୍କର ସମସ୍ତ ସମସ୍ୟା ସମାଧାନ ହୋଇପାରିବ ବୋଲି ମଣ୍ଡଳ ଉର୍ନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ l ଏହି ପ୍ରଶାସନ ସେବା କାର୍ଯ୍ୟକ୍ରମରେ କୃଷି, ପଞ୍ଚାୟତିରାଜ, ମସ୍ୟ ଓ ପଶୁ ପାଳନ, ଉଦ୍ୟାନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ, ଶିଶୁ କଲ୍ୟାଣ ବିଭାଗ,ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଶିକ୍ଷା ଇତ୍ୟାଦି ବିଭାଗ ଗୁଡିକର କାର୍ଯ୍ୟନିର୍ବାହୀ ଅଧିକାରୀମାନେ(୧୯୪)ଜଣ ଲୋକମାନଙ୍କର ଲିଖିତ ଅଭିଯୋଗକୁ ପଞ୍ଜିକୃତ କରିଥିଲେ ସେଥି ମଧ୍ୟରୁ ୧୭୪ ଗ୍ରାମ ସମସ୍ୟା ଓ ୫ ମୁଖ୍ୟମନ୍ତ୍ରୀ ସହାୟତା ଅନ୍ୟାନ୍ୟ ୧୫ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ତୁରନ୍ତ ୧୦୬ ଲିଖିତ ଅଭିଯୋଗ ସମାଧାନ କରିଥିଲେ । ରଣପୁର ମଣ୍ଡଳ ଉର୍ନ୍ନୟନ ଅଧିକାରୀ ମନୋଜ କୁମାର ନାୟକ ଶିବିରକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରଥିଲେ ।
