ଟ୍ରକକୁ ଧକ୍କା ଦେଲା ମିନି ବସ୍, ଚାଲିଗଲା ୬ ଜୀବନ

Independence

ଆସାମ : ଆସାମର ସୋନାପୁରରେ ଭୟଙ୍କର ବସ୍ ଦୁର୍ଘଟଣା । ଜାତୀୟ ରାଜପଥ ୨୭ରେ ଟ୍ରକକୁ ଧକ୍କା ଦେଲା ମିନି ବସ୍ । ଫଳରେ ଘଟଣା ସ୍ଥଳରେ ୬ ଯାତ୍ରୀ ଜୀବନ ହାରିଛନ୍ତି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୋନାପୁରର କାମରୂପ ମେଟ୍ରୋପଲିଟନ ଜିଲ୍ଲାର ତେତେଲିୟା-ନଲଗେଦେରା ଅଞ୍ଚଳରେ ହୋଇଛି ।

ଖବର ମୁତାବକ, ସୋନାପୁର ଆଡକୁ ଯାଉଥିବା ଏକ ମିନିବସ ରାସ୍ତାରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଆଖପାଖର ଲୋକେ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଁଚିଥିଲେ । ଦୁର୍ଘଟଣାର ଖବର ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ମୃତାହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଉଭୟ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି ।

ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥ ୨୭ ସୋନାପୁର ଏବଂ ଖେତରୀ ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ଲାଗିରହିଛି । ଏହି ରାସ୍ତା ଆଖପାଖ ଲୋକଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି । ସ୍ଥାନୀୟ ଲୋକ ଧୋପଗୁଡି ପୋଲର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଘଟଣା ପରେ ପୁଣିଥରେ ବ୍ରିଜର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଯେଉଁ ପରିବାର ଲୋକ ନିଜ ଲୋକଙ୍କୁ ହରାଇଛନ୍ତି, ସେମାନଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିପଡିଛି ।

ad-week
Leave A Reply

Your email address will not be published.