ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ₹୫୦ ହଜାର ଜରିମାନା

Independence

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ଏକ ବହୁଚର୍ଚ୍ଚିତ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ମାନ୍ୟବର ଏଡ୍-ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା FTSC (POCSO) କୋର୍ଟ, ରାଉରକେଲାଙ୍କ ଦ୍ୱାରା ଅଭିଯୁକ୍ତ ମନୋଜ କୁମ୍ଭାର ଓରଫ୍ ମହାତୋକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ସହିତ ₹୫୦,୦୦୦/- (ପଚାଶ ହଜାର ଟଙ୍କା) ଜରିମାନା ଆଦେଶ ପ୍ରଦାନ କରାଯାଇଛି।

ଘଟଣାର ବିବରଣୀରୁ ପ୍ରକାଶ ଯେ, ୨୦୦୮ ମସିହା ଜୁଲାଇ ୫ ତାରିଖରେ ସେକ୍ଟର-୧୯ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା (କେସ୍ ନଂ- ୭୯/୨୦୦୮, ଧାରା ୩୬୬/୫୦୬/୩୭୬/୩୪ IPC) ରୁଜୁ ହୋଇଥିଲା। ତତ୍କାଳୀନ ତଦନ୍ତକାରୀ ଅଧିକାରୀ (I.O.) ଏସ୍‌.ଆଇ. ବି. ଏନ୍‌. ପ୍ରଧାନଙ୍କ ନିଷ୍ଠାପୂର୍ଣ୍ଣ, ଦକ୍ଷ ତଥା ଠୋସ୍ ପ୍ରମାଣଭିତ୍ତିକ ତଦନ୍ତ ଯୋଗୁଁ ଦୀର୍ଘ ଦିନ ପରେ ଅଦାଲତରେ ଏହି ମାମଲାର ସଫଳ ଦୋଷସିଦ୍ଧି (Conviction) ହୋଇପାରିଛି।

ପୋଲିସର ଉପଯୁକ୍ତ ପ୍ରମାଣ ଏବଂ ସାକ୍ଷ୍ୟକୁ ଆଧାର କରି ମାନ୍ୟବର ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ad-week
Leave A Reply

Your email address will not be published.