
ଭୁବନେଶ୍ୱର : ରାଜ୍ୟରେ କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଥମ ଥର ବାଇକ ନିୟମ ଭାଙ୍ଗିଲେ ୧ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ। ଦ୍ବିତୀୟ ଥର ନିୟମ ଭାଙ୍ଗିଲେ ୨ ହଜାର ଟଙ୍କା ଫାଇନ୍ ପଡ଼ିବ । ୪ ଚକିଆ ଯାନ ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଫାଇନ୍ ପଡ଼ିବ । ଗାଡ଼ି ପାଇଁ ଯାହା ନିୟମ ଅଛି ମାନିବାକୁ ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ । ଗାଡ଼ି ପ୍ରଦୂଷଣ କାଗଜପତ୍ର କରିବା ଜରୁରୀ। ଦୁର୍ଘଟଣା ଏଡ଼ାଇବାକୁ କଠୋର ନିଷ୍ପତ୍ତି ନିଆଯାଇଛି ।
ଅନେକ ରାଜ୍ୟରେ ପିୟୁସିସି ନଥିଲେ ପ୍ରଥମ ଥର ଜରିମାନା ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ଯଦି ସେହି ସମାନ ଗାଡ଼ିରେ ଦ୍ୱିତୀୟ ଥର ଏହି ନିୟମର ଉଲ୍ଲଂଘନ ହୁଏ ତାହେଲେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଉଛି । କିନ୍ତୁ ଓଡ଼ିଶା ସରକାର ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ବିଭିନ୍ନ ଟୋଲ୍ଗେଟ୍ରେ ଗାଡ଼ିର ଅଟୋମେଟିକ୍ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା ।
