ଆସନ୍ତାକାଲି ‘ଜନ୍ମାଷ୍ଟମୀ’; ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

Independence

ପୁରୀ: ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶୁକ୍ରବାର ରାତିରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଘୋଷଣା କରିଛି।

ଶୁକ୍ରବାର, ୪ ସେପ୍ଟେମ୍ବର ୨୦୨୬ ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥି ଅବସରରେ ଶ୍ରୀଜଗନ୍ନାଥ ମନ୍ଦିରରେ କୃଷ୍ଣ ଜନ୍ମ ନୀତି ଅନୁଷ୍ଠିତ ହେବ। ତଦନୁସାରେ ସନ୍ଧ୍ୟା ଧୂପ ଭୋଗ ଛେକ ଆରମ୍ଭ ହେବା ଠାରୁ ରାତି ପ୍ରାୟ ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସାର୍ବଜନୀନ ଦର୍ଶନ ଅସ୍ଥାୟୀ ଭାବରେ ବନ୍ଦ ରହିବ। ଏହି ବନ୍ଦ କୃଷ୍ଣ ଜନ୍ମ ନୀତି ସମାପ୍ତ ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ଦିର ପ୍ରଶାସନ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ ଜନ୍ମାଷ୍ଟମୀ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ ।

ad-week
Leave A Reply

Your email address will not be published.