ନାଳନ୍ଦା ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା

Independence

ବ୍ରହ୍ମପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ବ୍ରହ୍ମପୁରସ୍ଥିତ ନାଳନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମର ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତର ଉଦ୍ଦେଶ୍ୟ, ଅଧିକାରକ୍ଷେତ୍ର ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସଚେତନ କରାଯାଇଥିଲା।

ସଚିବ ଶ୍ରୀ ନାୟକ କହିଥିଲେ ଯେ, ସ୍ଥାୟୀ ଲୋକ ଅଦାଲତ ମାଧ୍ୟମରେ ଦୀର୍ଘ ଓ ବ୍ୟୟବହୁଳ ମକଦ୍ଦମାରୁ ସୁବିଧା ମିଳିବା ସହ ସାଧାରଣ ଲୋକଙ୍କୁ ସୁଲଭ ଓ ଶୀଘ୍ର ନ୍ୟାୟ ପାଇବାର ସୁଯୋଗ ମିଳିଥାଏ। ଆଇନ ସମ୍ପର୍କରେ ସଚେତନ ହେବା ସହ ଆବଶ୍ୟକତା ଥିବା ବ୍ୟକ୍ତିମାନେ ଆଇନ ସେବା ପ୍ରାଧିକରଣର ସୁବିଧା ନେବାକୁ ସେ ଆହ୍ୱାନ କରିଥିଲେ।

ପ୍ରାରମ୍ଭରେ ବିଦ୍ୟାଳୟର କନିଷ୍ଠ କିରାଣୀ ଆଦିତ୍ୟ ନାରାୟଣ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳ ବିଦ୍ୟାଳୟର ଉପ-ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.