ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା; ‘ଜାଣିଶୁଣି ଚାପି ଦିଆଯାଇଥିଲା’ କମିସନ୍ ରିପୋର୍ଟ : ଆଇନମନ୍ତ୍ରୀ

Independence

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି। ଏହି ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହ ଉପୁଜିଥିବା କହିଛନ୍ତି ଆଇନମନ୍ତ୍ରୀ। ପୂର୍ବ ବିଜେଡି ସରକାର ଉପରେ ଗୁରୁତର ଅଭିଯୋଗ ଆଣି ଆଇନମନ୍ତ୍ରୀ କହିଛନ୍ତି, ଜାଣିଶୁଣି କମିସନ୍ ରିପୋର୍ଟକୁ ଚାପି ଦିଆଯାଇଥିଲା। ସ୍ୱାମୀଜୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କିତ କମିସନ୍ ରିପୋର୍ଟକୁ ବିଗତ ସରକାର ଜାଣିଶୁଣି ହଜେଇ ଦେଇଥିବା ଅଭିଯୋଗ ରହିଛି।

ଏହି କାରଣରୁ ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ଥିଲା କି ନାହିଁ, ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ମାମଲାକୁ ବର୍ତ୍ତମାନର ସରକାର ଗୁରୁତ୍ୱର ସହ ନେଇଛନ୍ତି ବୋଲି ଆଇନମନ୍ତ୍ରୀ କହିଛନ୍ତି । କମିସନ୍ ରିପୋର୍ଟ ଖୋଜିବା ସହ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି । କିଏ ଏବଂ କାହିଁକି ତଦନ୍ତ ରିପୋର୍ଟକୁ ଚାପି ରଖିଥିଲେ, ତାହା ରିପୋର୍ଟ ସାମ୍ନାକୁ ଆସିବା ପରେ ସ୍ପଷ୍ଟ ହେବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

କମିସନ୍ ରିପୋର୍ଟ ମିଳିବ ଏବଂ ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ, ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ପୁଣି ତଦନ୍ତ ଆରମ୍ଭ ହେବା ପରେ, ବହୁ ପୁରୁଣା ଏହି ଘଟଣାର ଅନେକ ଅସ୍ପଷ୍ଟ ଦିଗ ସାମ୍ନାକୁ ଆସିବ କି ନାହିଁ, ଏବେ ତାହା ଉପରେ ନଜର ।

ad-week
Leave A Reply

Your email address will not be published.