ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି, ଆସନ୍ତା ୧୬ରେ ରାୟ

Independence

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।

ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍‌ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ କରିଛନ୍ତି । ଆମିକସକ୍ୟୁରି ରିପୋର୍ଟ ପଢ଼ିବାକୁ ସମୟ ନେଲେ ସଲିସିଟର ଜେନେରାଲ । ତେଣୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବୋଲି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ।

ad-week
Leave A Reply

Your email address will not be published.