ଯୌତୁକ ପାଇଁ ବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ନୀଳଗିରି: ୫ ଲକ୍ଷ ଟଙ୍କା ଯୌତୁକ ଦେଇନପାରିବାରୁ ବଧୂକୁ ନିର୍ଯାତନା ଦେଇ ହତ୍ୟା ଅଭିଯୋଗ । ସ୍ବାମୀ ଅଟକ ।  ମୃତକ ହେଲେ ଶୁଭଲକ୍ଷ୍ମୀ ପ୍ରଧାନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜରଡ଼ା ଗାଁର ପ୍ରଭଞ୍ଜନ ପ୍ରଧାନଙ୍କ ଝିଅ ଶୁଭଲକ୍ଷ୍ମୀ ଔପଦା ବ୍ଲକ ନୀଳଗିରି ଥାନା ଓଲଡଙ୍ଗ ଗାଁର ପଙ୍କଜ ସାମଲଙ୍କୁ ବିବାହ କରିଥିଲେ । ତେବେ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦେଇ ମାରି ଦେଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପା । ନୀଳଗିରି ପୋଲିସ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଜରଡ଼ା ଗାଁର ପ୍ରଭଞ୍ଜନ ପ୍ରଧାନଙ୍କ ଝିଅ ଶୁଭଲକ୍ଷ୍ମୀଙ୍କ ବିବାହ ନୀଳଗିରି ଥାନା ଅଧୀନ ଓଲଡଙ୍ଗ ଗାଁର ପଙ୍କଜ ସାମଲଙ୍କ ସହ ହୋଇଥିଲା । ବିବାହ ପରେ ଅଧିକ ଯୌତୁକ ଦାବି କରି ଶୁଭଲକ୍ଷ୍ମୀଙ୍କୁ ଶାଶୂଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ନୀଳଗିରି ପୋଲିସ ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିବା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛି । ଶୁଭଲକ୍ଷ୍ମୀଙ୍କ ପରିବାର ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପୋଲିସର ତଦନ୍ତ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ପରେ ଘଟଣାର ସତ୍ୟାସତ୍ୟ ସ୍ପଷ୍ଟ ହେବ।

ad-week
Leave A Reply

Your email address will not be published.