ଦଣ୍ଡନୃତ୍ୟ ବେଳେ ଗଣ୍ଡଗୋଳ, ଅଭିଯୁକ୍ତଙ୍କୁ ଛାଡ଼ିବା ନେଇ ଥାନା ଘେରିଲେ ଗ୍ରାମବାସୀ

କଣ୍ଟାମାଳ: ଠେଙ୍ଗା ଧରି ଥାନା ଘେରିଲେ ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଦେଢ଼େଣମାଲ ଗାଁରେ ବିଶ୍ୱକର୍ମା ପୂଜା ଅବସରରେ ଅନୁଷ୍ଠିତ ଦଣ୍ଡନୃତ୍ୟ କାର୍ଯ୍ୟକ୍ରମରେ ଗଣ୍ଡଗୋଳକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି । ହାତରେ ଠେଙ୍ଗା ଧରି ଘଣ୍ଟାପଡ଼ା ଥାନା ଘେରାଉ କରିଛନ୍ତି  ଦେଢ଼େଣମାଲ ଗ୍ରାମବାସୀ । ଶତାଧିକ ମହିଳା ଓ ପୁରୁଷ ରାଲିରେ ଆସି ଥାନା ଘେରାଉ କରିଛନ୍ତି ।

ସୂଚନା ଅନୁସାରେ, ବିଶ୍ୱକର୍ମା ପୂଜା ଦିନ ସନ୍ଧ୍ୟାରେ ଦଣ୍ଡନୃତ୍ୟ ଚାଲିଥିବା ବେଳେ ୬/୭ ଜଣ ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ଧରି ଗଣ୍ଡଗୋଳ କରିଥିଲେ । ଏହାକୁ ନେଇ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରି ବିଭିନ୍ନ ମାରଣାସ୍ତ୍ର ଜବତ କରି ଘଣ୍ଟାପଡ଼ା ଥାନାରେ ଲିଖିତ ଅଭିଯୋଗ ସହ ଜିମାରେ ଦେଇଥିଲେ । ପୋଲିସ ମଧ୍ୟସ୍ଥତାରେ ରାଜିନାମା କରାଇ ଦୁଇ ଜଣଙ୍କୁ ଛାଡ଼ି ଦେଇଥିଲା । ପରେ ସେମାନଙ୍କ ମଧ୍ୟରୁ ଜଣେ ଭିଡିଓ ମାଧ୍ୟମରେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି ଗ୍ରାମବାସୀ ଥାନା ଘେରାଉ କରି ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ad-week

Comments are closed, but trackbacks and pingbacks are open.