ଭାତରେ ପୋକ ସାଲୁବାଲୁ, ଅଧିକାରୀଙ୍କୁ ଅଭିଯୋଗ କରିବାକୁ ୮ କିମି. ଚାଲିଲେ ଛାତ୍ରୀ

ଉଦଳା: ମୌଳିକ ସୁବିଧା ଦାବିରେ ୮ କିଲୋମିଟର ଚାଲିଲେ ଛାତ୍ରୀ। ମୟୂରଭଞ୍ଜ ଜିଲ୍ଲାସ୍ଥିତ ଏକ ଆଶ୍ରମ ବିଦ୍ୟାଳୟର ଛାତ୍ରୀମାନେ ହଷ୍ଟେଲରେ ଦୁଇ ମାସରୁ ଅଧିକ ସମୟ ଧରି ମୌଳିକ ସୁବିଧାର ଅଭାବ ନେଇ ଅଭିଯୋଗ କରିବାକୁ ୮ କିଲୋମିଟର ଚାଲି ଚାଲି ଯାଇଥିବା ଜଣାପଡ଼ିଛି।

ଏହି ଘଟଣା ଉଦଳା ବ୍ଲକ୍ ଅନ୍ତର୍ଗତ ବିଶିପୁର ଆଶ୍ରମ ବିଦ୍ୟାଳୟରୁ ସାମ୍ନାକୁ ଆସିଛି। ଯେଉଁଠାରେ ୧୫୦ ଜଣ ଛାତ୍ରୀ ହଷ୍ଟେଲରେ ରୁହନ୍ତି।ଛାତ୍ରୀମାନଙ୍କ କହିବା ଅନୁଯାୟୀ, ଦୁଇ ମାସରୁ ଅଧିକ ସମୟ ଧରି ହଷ୍ଟେଲରେ ପାନୀୟ ଜଳ ଓ ବିଦ୍ୟୁତ୍ ସେବା ନାହିଁ। ସେମାନଙ୍କୁ ପୋକ ଲାଗିଥିବା ଚାଉଳର ଭାତ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି ଏବଂ ସେଠାରେ ପାଣିର କୌଣସି ସୁବିଧା ନାହିଁ। ଏନେଇ ବାରମ୍ବାର ହଷ୍ଟେଲ ଇନ୍-ଚାର୍ଜ ଏବଂ ମାଟ୍ରନ୍‌ଙ୍କୁ ଜଣାଇଥିଲେ। ଯଦିଓ ମାଟ୍ରନ୍ ଏହି ବିଷୟରେ ପ୍ରଧାନଶିକ୍ଷକଙ୍କ ଦୃଷ୍ଟିକୁ ଆଣିଥିଲେ ତଥାପି ସେ ଏଥିପ୍ରତି କୌଣସି ଧ୍ୟାନ ଦେଇନଥିବା ଅଭିଯୋଗ ହୋଇଛି।

କୌଣସି ସମାଧାନର ବାଟ ନ ପାଇବାରୁ ଆଜି ଛାତ୍ରୀମାନେ ହଷ୍ଟେଲରୁ ବାହାରି ନିଜର ଅଭିଯୋଗ ଜଣାଇବା ପାଇଁ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟିବାକୁ ୮ କିଲୋମିଟର ଚାଲି ଚାଲି ଯାଇଥିବା ଜଣାପଡ଼ିଛି। ଏପଟେ ରାସ୍ତାରେ ପୋଲିସ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ। ହେଲେ ଅନ୍ତେବାସୀ ଅଧିକାରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇବା ଜିଦ୍ ରେ ଅଟଳ ରହିଥିବା କୁହାଯାଇଛି।

ad-week
Leave A Reply

Your email address will not be published.