ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ: ଡିଜିପି

ସମ୍ବଲପୁର: ଓଡ଼ିଶା ଏବେ ସମ୍ପୂର୍ଣ୍ଣ ମାଓମୁକ୍ତ ବୋଲି କହିଛନ୍ତି ପୋଲିସ ଡିଜି ବିନୟତୋଷ ମିଶ୍ର। ସମ୍ବଲପୁରରେ ଉତ୍ତରାଞ୍ଚଳ ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ଦେଇ ଡିଜିପି କହିଛନ୍ତି, ରାଜ୍ୟର କୌଣସି ସ୍ଥାନରେ ଏବେ ମାଓ କାର୍ଯ୍ୟକଳାପ ନାହିଁ।ସେ କହିଛନ୍ତି,ମାଓବାଦୀ କାର୍ଯ୍ୟକଳାପ ନଥିବାରୁ ରାଜ୍ୟରେ ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିଛି।

ଏବେ ପୁଲିସର ପ୍ରାଥମିକତା ମଧ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ରହିଛି। ସାଇବର ଅପରାଧ ରୋକିବା ପାଇଁ ଅଧିକ ସଂଖ୍ୟକ ସାଇବର ଥାନା ଖୋଲାଯାଉଥିବା ବେଳେ ପୁଲିସକୁ ଅତ୍ୟାଧୁନିକ ଉପକରଣ ଯୋଗାଇ ଦିଆଯାଉଛି।ପୁଲିସ ବାହିନୀର ସାମର୍ଥ୍ୟ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆଧୁନିକ ଉପକରଣ ସହିତ ପୋଲିସକୁ ସୁସଜ୍ଜିତ କରିବା ଏବଂ ନୂଆ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଡିଜିପି କହିଛନ୍ତି।ସେହିପରି ପଶ୍ଚିମ ଓଡ଼ିଶାରେ କଫ୍‌ ସିରପ୍‌ ଓ ଗଞ୍ଜେଇ କାରବାର ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ନିଶା ମାଫିଆଙ୍କ ବିରୋଧରେ ମାମଲାର ଦଣ୍ଡବିଧାନ ହାର ବଢ଼ାଇବାକୁ ପୋଲିସ ପ୍ରୟାସ କରୁଛି ବୋଲି ସେ କହିଛନ୍ତି।

ପୁଲିସ ବାହିନୀରେ ଥିବା ଶୂନ୍ୟସ୍ଥାନ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ନିରନ୍ତର ଜାରି ରହିଛି। ନୂଆ ନିଯୁକ୍ତି ସହ ପୋଲିସ ବାହିନୀକୁ ଅଧିକ ସଶକ୍ତ କରାଯାଉଛି ବୋଲି ଡିଜିପି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.