ନକଲି ଭୋଟର ସାବଧାନ, ଧରାପଡ଼ିଲେ ଭୋଗିବେ ଜେଲ୍‌ ଦଣ୍ଡ

add-all

ଭୁବନେଶ୍ୱର: ନକଲି ଭୋଟର ବୋଲି ଜଣାପଡ଼ିଲେ ପୋଲିସରେ ଜିମା ଦିଆଯିବ। ପରିଚୟ ପତ୍ର ଭୁଲ ଥିଲେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଆଉ ଦୁଇ ଦିନ ପରେ ପଞ୍ଚାୟତ ନର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନର ନକଲି ଭୋଟରଙ୍କୁ ସତର୍କ କରାଇ ଦେଇଛନ୍ତି।

ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ପାଇଁ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ଥିବା ଦରକାର ଏବଂ ତାଙ୍କର ପରିଚୟପତ୍ର ମଧ୍ୟ ଠିକ୍‌ ଥିବା ଦରକାର।

ଯଦି ଭୋଟରଙ୍କ ଉପରେ ପୋଲିଂ ଏଜେଣ୍ଟଙ୍କର କୌଣସି ସନ୍ଦେହ ହୁଏ, ତାହାହେଲେ ସେ ଚ୍ୟାଲେଞ୍ଜ କରିପାରିବେ। ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ପରେ ପିଜାଇଡିଂ ଅଫିସର ସ୍ପଟ ଉପରେ ଯାଞ୍ଚ କରିବେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ଭୋଟରଙ୍କୁ ପୋଲିସ ଜିମାରେ ଦିଆଯିବ। ପୋଲିଂ ଏଜେଣ୍ଟ ଦେଇଥିବା ଦୁଇ ଟଙ୍କା ଫି’କୁ ଫେରାଇ ଦିଆଯିବ। ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।

ad-week
Leave A Reply

Your email address will not be published.