ଚିତ୍ରାଳୟ ସଂସ୍ଥା ପ୍ରତି ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ଆବଶ୍ୟକ : ଦୁର୍ଗା ଆଚାର୍ଯ୍ୟ

add-all

ବ୍ରହ୍ମପୁର, ତା. ୧୪/୦୨ : ଓଡ଼ିଶା ଚିତ୍ରାଳୟ ମାଲିକ ସଂଘ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଗୋସାଇଁ ନୂଆଗାଁ କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ଏକ ବୈଠକ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କରୋନା ମହାମାରୀ ହେତୁ ସରକାରୀ କଟକଣା ଭିତରେ ବନ୍ଦ ଥିବା ଚିତ୍ରାଳୟ ବ୍ୟବସାୟର ଶୋଚନୀୟ ପରିସ୍ଥିତିର ଯୋଗୁଁ ଉଦ୍ ବେଗ ପ୍ରକାଶ ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପରାମର୍ଶ ଦେଇଥିଲେ ।

ଦଣ୍ଡ ଯାତ୍ରା ଦଳ, ଶବ୍ଦାଲୋକ ସଂସ୍ଥା, ରୂପ କାରିଗର ଆଦି କରୋନା ହେତୁ ସଭିଏଁ କ୍ଷତିଗ୍ରସ୍ତ । ଏଣୁ ସଂପୃକ୍ତ ଗୋଷ୍ଠୀଙ୍କ ସହ ପ୍ରଶାସନ ନିକଟରେ ଗ୍ରାମୀଣ ନାଟକ ଓ ଅପେରା ମଞ୍ଚସ୍ଥ କଟକଣା ହଟେଇବା ନେଇ ପ୍ରାର୍ଥନା ପତ୍ର ପ୍ରଦାନ ସଂକ୍ରାନ୍ତରେ ସ୍ଥିର କରାଗଲା । ସମ୍ପ୍ରତି କରୋନା ମହାମାରୀର ପ୍ରକୋପ କମି ଆସୁଥିବା ବେଳେ ଚଳିତ ବର୍ଷ ଶିବରାତ୍ରି ଓ ଦଣ୍ଡ ଯାତ୍ରାରେ ଚିତ୍ରାଳୟ ବ୍ୟବସାୟ ପୁଣି ଥରେ ଚାଲିବ ବୋଲି ସଂଘ ତରଫରୁ ଆଶା ବ୍ୟକ୍ତ କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଶରତ ଚନ୍ଦ୍ର ପାଢ଼ୀ, ରାଜୀବ ମିଶ୍ର, ମନୋଜ ବରଡ, ଯୋଗେନ୍ଦ୍ର ପ୍ରଧାନ, ସାଗର ନାହାକ, ଗୌରହରି ସାବତ, କୈଳାସ ନାହାକ, ସୁରେନ୍ଦ୍ର ପାଢ଼ୀ, ଗୌରୀ ଶଙ୍କର ମିଶ୍ର, ଗଣେଶ କାମ୍ପ, ଗୋପୀନାଥ ସାହୁ, ସରୋଜ ମହାନ୍ତି, ବଂଶୀଧର ମହାନ୍ତି, ଗୀତା ସ୍ୱାଇଁ ପ୍ରମୁଖ ବହୁ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ସଂଘ ଉପସଭାପତି ଧ୍ରୁବ କୁମାର ପ୍ରଧାନ ସଂଘର ଆଗାମୀ ବୈଠକ ମାର୍ଚ୍ଚ ୬ ତାରିଖରେ ବସିବା ସୂଚନା ଦେଇ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.