ଶୋଇଥିବା ବେଳେ ଘରେ ପଶି ଆକ୍ରମଣ କଲା ବାଘ, ଗୋଟିଏ ପରିବାରର ୬ ଗୁରୁତର

ନୂଆପଡା: ଘରକୁ ପଶିଲା ବାଘ । ଗୋଟିଏ ପରିବାରର ୬ ଗୁରୁତର । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ବାଗବହାରା ରେଞ୍ଜ ନରରା ନିକଟ ଝିଟିକି ଗାଁର ଘଟଣା । ଶନିବାର ବିଳମ୍ବିତ ରାତିରେ ନୂଆପଡ଼ା ଜିଲ୍ଲା ସୀମାନ୍ତବର୍ତ୍ତି ଛତିଶଗଡ ନରରା ନିକଟ ଝିଟିକି ଗାଁକୁ ସୁନାବେଡ଼ା ଅଭୟାରଣ୍ୟର ଏକ କଲରାପତରିଆ ବାଘ ପଶି ଯାଇଥିଲା । ଏହି ସମୟରେ ଘରେ ଗୋଟିଏ ପରିବାରର ୬ ଜଣ ଶୋଇଥିଲେ । ଖାଦ୍ୟ ଅନ୍ବେଷଣରେ ବାଘ ଘରକୁ ପଶି ଯାଇଥିଲା । ପରିବାର ଲୋକେ ଉଠି ଭୟଭୀତ ହୋଇ ଚିତ୍କାର କରିବାରୁ ବାଘ ଜଣକ ପରେ ଜଣଙ୍କୁ ଆକ୍ରମଣ କରିଥିଲା । ଗୋଟିଏ ପରିବାରର ୬ ଜଣଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି କ୍ଷତାକ୍ତ କରିଥିଲା ।

ପରେ ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ବହୁ କଷ୍ଟରେ ବାଘକୁ ଘଉଡ଼ାଇବାରେ ସଫଳ ହୋଇଥିଲେ । ଗାଁ ଲୋକେ ପରିବାରର ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମହାସମୁନ୍ଦ୍ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତରଙ୍କ ଭିତରେ ରହିଛନ୍ତି ୬୦ ବର୍ଷୀୟ ସରଜୁ ଯାଦବ, ତାଙ୍କ ପତ୍ନୀ ଉତ୍ତରୀବାଇ ଯାଦବ, ପୁଅ ଜନକ ରାମ୍ ଯାଦବ, ପତ୍ନୀ ସୁନୀତା ଯାଦବ, ମନିଶ ଯାଦବ, ତୁଷାର ଯାଦବ । ଏହାସହ ଦୁଇ ଜଣ ପଡୋଶୀଙ୍କୁ ବି ବାଘ ଆକ୍ରମଣ କରିଛି । ଗତକାଲି ସ୍ଥାନୀୟ ପଣ୍ଡରିପାଣି ଗାଁରେ ବି ଜଣକୁ ବାଘ ଆକ୍ରମଣ କରିଥିଲା

ତେବେ ରାତିରେ ରକ୍ତମୁଖା ବାଘକୁ ଗାଁ ଲୋକେ ଏକ ଘର ଭିତରେ କବାଟ ବନ୍ଦ କରି ରଖି ବନ ବିଭାଗକୁ ଖବର ଦେଇଥିଲେ । ରବିବାର ରାୟପୁରରୁ ବାଘ ଧରିବା ଟିମ୍ ଗାଁରେ ପହଞ୍ଚି ବାଘକୁ କାବୁ କରିଥିଲା । ବାଘକୁ ଉଦ୍ଧାର କରି ପିଞ୍ଜରା ଭିତରେ ଭର୍ତ୍ତି କରି ରାୟପୁରକୁ ନେଇଥିଲେ । ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରାତ୍ରିଯାପାନ କରିଥିଲେ । ମହାସମୁନ୍ଦ୍ ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ଘରୁ ନବହାରିବାକୁ ସଚେତନ କରିଥିଲେ । ରବିବାର ସକାଳୁ ମଧ୍ୟ ଗାଁରେ ବାଘ ଆତଙ୍କ ଜାରି ରହିଛି । ଏବେ ପରିବାରର ୬ ଜଣ ଲୋକେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ad-week
Leave A Reply

Your email address will not be published.