ସରକାରୀ ନିୟମ କୁ ଫୁ : ଧର୍ମକୁ ଆଖି ଠାର ସୂଚନା ଫଳକ…

ରାସ୍ତା କାମ ହୋଇଛି କେବଳ ମୁରୁମରେ ଯନ୍ତ୍ରୀ ଠିକା ଦାର ମାଲା ମାଲ…

କୋରାପୁଟ :–04/10/26–: ମନରେଗା ଯୋଜନାରେ ଆର୍ଥିକ ବର୍ଷ 25/26 ରେ ନିର୍ମିତ ହୋଇଥିବା ୱାର୍କ କୋଡ଼ ନମ୍ବର -(2411015016/RC/10619108)ମେଟାଲ ମୁରୁମ ରାସ୍ତାରେ କେବଳ ମୁରୁମ ପକାଇ ରାସ୍ତା କାମ ସାରିଦେଇଥିବା ଅଭିଯୋଗ ହୋଇଛି l
ସୂଚନା ପ୍ରକାରେ, କୋଟପାଡ଼ ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ପଞ୍ଚାୟତର ଜଡ଼ାସର୍ଗିରୁ ପଣ୍ଡ୍ର ନାମରେ ଛ’ଲକ୍ଷ ଟଙ୍କା ବ୍ୟୟରେ ମେଟାଲ ମୁରୁମ ସଡ଼କ ତିଆରି ହୋଇଥିବା ସୂଚନା ଫଳକରେ ଦର୍ଶlଯାଇଥିବା ବେଳେ ମେଟାଲ ବ୍ୟବହାର ନ କରି କେବଳ ମୁରୁମ ପକାଇ ରାସ୍ତା ତିଆରି ହୋଇଥିବା ଅଭିଯୋଗ ହୋଇଛି l ନାମ ଗୁପ୍ତ ରଖିବାକୁ କହି ସ୍ଥାନୀୟଲୋକେ ପ୍ରଶାସନ ଏବଂ ଠିକାଦାରଙ୍କୁ କଟୁ ସମାଲୋଚନା କରିବା ସହିତ ଗଣମlଧ୍ୟମ ସମ୍ମୁଖରେ ଜ଼ିଲ୍ଲା ପ୍ରଶାସନ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିବl ସହିତ ଜଡିତ ବ୍ୟକ୍ତି ମାନଙ୍କୁ ଉଚିତ ଦଣ୍ଡ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି l

ad-week
Leave A Reply

Your email address will not be published.