ରାୟଗଡ଼ା : ରାୟଗଡ଼ା ଲେଡୀସ କ୍ଲବ ପକ୍ଷରୁ ରାୟଗଡ଼ା ଠାରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି କ୍ଳବର ସଭାପତି ଶ୍ରୀମତୀ କସ୍ତୁରୀ ସାହୁଙ୍କ ପୌରୋହିତ୍ୟରେ ସମ୍ପାଦନ କରାଯାଇଥିଲା। ବର୍ତମାନ ଭାରତ ସରକାରଙ୍କ ଆହ୍ୱାନରେ ଯେପରି ଆମ ଦେଶ ଭାରତ ସ୍ୱଚ୍ଛ ଓ ରୋଗ ମୁକ୍ତ ରହିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକ ଅଟେ। ପରିବେଶ ଓ ପରିମଳ ପରିଷ୍କାର ଓ ପରିଚ୍ଛନ୍ନ ରହିବା ଦ୍ୱାରା ମନୁଷ୍ୟ ସମାଜ ସୁସ୍ଥ ତଥା ରୋଗ ମୁକ୍ତ ହୋଇପାରିବ। ଏଣୁ ଏହି ମହାନ କାର୍ଯ୍ୟକ୍ରମ ରେ ଆମେ ରାୟଗଡ଼ା ଲେଡୀସ କ୍ଲବର ସମସ୍ତ ସଦସ୍ୟା ମାନେ ମଧ୍ୟ ଅନ୍ତର୍ଭୁକ୍ତ। ମହିଳା ମାନଙ୍କୁ ଏକ ସ୍ରୋତରେ ଯୋଡି ରଖି ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ସଭାପତି ମତ ବ୍ୟକ୍ତ କରିଥିଲେ। କ୍ଲବର ଉପଦେଷ୍ଟା ଶ୍ରୀମତୀ ଅଳକା ଦାସ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାରେ ପ୍ରେରଣା ଦେଇଥିଲେ। ସମ୍ପାଦିକା ଶ୍ରୀମତୀ ଜ୍ୟୋତିପ୍ରଭା ମହାପାତ୍ର, ଶ୍ରୀମତୀ ସୁଜାତା ପାଢ଼ୀ ଯୁଗ୍ମ ସମ୍ପାଦିକା, କୋଷାଧକ୍ଷା ଶ୍ରୀମତୀ ବୁରୁଡି ଲକ୍ଷ୍ମୀ, ଶ୍ରୀମତୀ କେ ସୋଭାରାଣୀ ଯୁଗ୍ମ କୋଷାଧକ୍ଷା ତଥା କ୍ଲବର ଅନ୍ୟ ସମସ୍ତ ସଦସ୍ୟାମାନେ ଯୋଗଦେଇଥିଲେ। ରାୟଗଡା ମୁନିସିପାଲିଟି ର କିଛି ପରିମଳ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିବାରୁ ସେମାନଙ୍କୁ କ୍ଲବ ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
