ଆସନ୍ତାକାଲି କୋରାପୁଟ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, HAL ୟୁନିଟ୍ କରିବେ ପରିଦର୍ଶନ

କୋରାପୁଟ  : ଆସନ୍ତାକାଲି ଦିନିକିଆ କୋରାପୁଟ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।  ସୁନାବେଡ଼ା HAL ପରିଦର୍ଶନ ସହ ପ୍ରତିରକ୍ଷା ଉତ୍ପାଦନ କାର୍ଯ୍ୟର ସମୀକ୍ଷା କରିବେ ।  ପ୍ରତିରକ୍ଷା ମନ୍ତ୍ରୀ ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ର ସ୍ୱତନ୍ତ୍ର ହେଲିପ୍ୟାଡରେ ଅବତରଣ କରିବା ପରେ ସିଧାସଳଖ HAL ପରିସରକୁ ଯିବେ। ସେଠାରେ ୟୁନିଟରେ ଚାଲିଥିବା ପ୍ରତିରକ୍ଷା ଉତ୍ପାଦନ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଉତ୍ପାଦନ ଓ ପ୍ରତିରକ୍ଷା କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ ।  ଏହି ଅବସରରେ HALର ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଅଧିକାରୀଙ୍କ ସହ ରାଜନାଥ ସିଂ ଆଲୋଚନା କରିବାର ସମ୍ଭାବନା ରହିଛି ।

ଏହି ସମୟରେ ସାଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁନାବେଡ଼ା ଓ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି ।  ବ୍ୟାପକ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  କୋରାପୁଟ ଏସ୍ ପି ରୋହିତ ବର୍ମା ଏବଂ ଜୟପୁର ଏସ୍ ଡିପିଓ ତଥା IPS ଅଧିକାରୀ ଅର୍ଚ୍ଚିତା ମିତ୍ତଲଙ୍କ ନେତୃତ୍ୱରେ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାର ନିରନ୍ତର ଅନୁଧ୍ୟାନ କରାଯାଉଛି ।

ad-week
Leave A Reply

Your email address will not be published.