ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଦ୍ବାଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

add-all

ଖଲ୍ଲିକୋଟ (୧୪. ୦୨) ସଂସ୍କୃତ ଶିକ୍ଷାର ବିକାଶ ପାଇଁ ଆସିକା ଏନ ଏ ସି ଅଞ୍ଚଳରେ ସ୍ଥାପିତ ହୋଇ ଥିବା ମେକମାଇକେଲ ସଂସ୍କୃତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ପଣ୍ଡିତ ତଥା ମେକମାଇକେଲ ସଂସ୍କୃତ ମହାବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡକ୍ଟର କୈଳାଶ ଚନ୍ଦ୍ର ମିଶ୍ରଙ୍କ ୭୧ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି। ସ୍ବର୍ଗତ ମିଶ୍ର କିଛି ଦିନ ପୂର୍ବରୁ ହୃଦଘାତରେ ଆକ୍ରାନ୍ତ ହୋଇ ନିଜ ବାସ ଭବନରେ ଚିକିତ୍ସାଧିନ ଥିଲେ। ସ୍ବର୍ଗତ ମିଶ୍ର ଜଣେ ଅତି ସରଳ, ନିଡାମ୍ବର ଜୀବନ ଯାପନ କରୁଥିବା ଅଗାଧ ପାଣ୍ଡିତ୍ୟ ବ୍ୟକ୍ତି ଥିଲେ, ମିଷ୍ଟ ଭାଷି ,ଧର୍ମ ପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି।

ତାଙ୍କ ବିୟୋଗରେ ଆସିକା ଓ ବ୍ରହ୍ମପୁର ଠାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ପାଳନ ହୋଇ ଥିବା ବେଳେ ଆଜି ତାଙ୍କର ଦ୍ବାଦଶାହ ଦିବସରେ ତାଙ୍କ ଜନ୍ମ ମାଟି ,ପୈତୃକ ଗ୍ରାମ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ବଡକ୍ଷେତା ଠାରେ ପୈତୃକ ଘର ଆଗରେ ଗ୍ରାମର ଲୋକମାନେ ଓ ଆଖପାଖ ଅଞ୍ଚଳର ଲୋକ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.